ରାଇକିଆ ସୁଧାକିରଣ ଆବାସିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ ଅନୁଷ୍ଠିତ….

ରାଇକିଆ ସୁଧାକିରଣ ଆବାସିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ ଅନୁଷ୍ଠିତ....

ରାଇକିଆ ସୁଧାକିରଣ ଆବାସିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ ଅନୁଷ୍ଠିତ….

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ନିକଟସ୍ଥ ସୁଧାକିରଣ ଆବାସିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରେଞ୍ଜ ଅଫିସର୍ ଯୁଧିଷ୍ଟିର ବେହେରା ଯୋଗ ଦେଇ ବୃକ୍ଷର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶଙ୍କର୍ଷଣ ସାହୁ ଯୋଗଦେଇ ଗ୍ଲୋବାଲ ୱାର୍ମିଂ ଉପରେ ସଚେତନ କରିଥିଲେ।ସମ୍ମାନିତ ଅତିଥିଭାବେ ଯୁବ ସାମ୍ବାଦିକ ପ୍ରଦୀପ କୁମାର ବେହେରା କହିଲେ ଅତୀତରେ ଆମ ଜଙ୍ଗଲ କେତେ ଭରପୂର ଥିଲା ଆଜି ଜଙ୍ଗଲକ୍ଷୟ ହେବାରେ ଲାଗିଛି ତେଣୁ ସଂକଳ୍ପ କରି ପ୍ରତେକ୍ ପିଲା ଗଛଟିଏ ଲଗାଇବ। ଉଚିତ । ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ ପରିଚାଳନା କରିଥିଲେ ।ଅଧ୍ୟାପକ ଆଲୋକ କୁମାର ପରିଚ୍ଛା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା ,ବିଜୟ ଲକ୍ଷ୍ମୀ ଦୋରା , ଅଧ୍ୟାପକ ନିଳାଞ୍ଚଳ ସାହୁ,ବିଭୂଷଣ ପ୍ରଧାନ,ଛାତ୍ର ଅମ୍ଳାନ ନାୟକ ସହଯୋଗ କରିଥିଲେ ।