ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ଗଜପତି,୨୮।୭(ମନୋଜ ପାଢ଼ୀ): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ବିଦ୍ୟୁତ ତାର ଚୋରି ହୋଇଥଲା । ଏହାରି ଭିତରେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଛି । ମୋହନା ବଜାରରେ ଦିନ ଦ୍ୱିପ୍ରହରରେ ଏକ ଦୋକାନରୁ ପ୍ରେସର କୁକର ଚୋରି ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଭିଡିଓରେ ଜଣେ ମହିଳା ଅତ୍ୟନ୍ତ ଚତୁରତାର ସହ ପ୍ରେସର କୁକର ନେଇ ଯାଉଥିବା ଦୃଶ୍ୟ କଏଦ ହୋଇଛି । କିଛିଦିନ ହେଲା ମୋହନା ଅଞ୍ଚଳରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘଟଣାରେ ତାଙ୍କ ସହ ଜଣେ ପୁରୁଷ ମଧ୍ୟ ଥିବା ଦେଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମହିଳାଙ୍କ ସ୍ୱାମୀ ବୋଲି ସନ୍ଦେହ କରୁଛନ୍ତି । ମୋହନା ବଜାର ସ୍ଥିତ ଏକ ଦୋକାନରେ ଘଟିଥିବା ଏହି ଚୋରି ଘଟଣା ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଭାବେ କଏଦ ହୋଇଛି। ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେଉଥିବା ବେଳେ ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଦୋକାନୀ ଏବଂ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।