ଗଞ୍ଜାମ ଜିଲ୍ଲା ବେପରୁଆ ଗାଡ଼ି ଚାଳନା ରୁ ଘର ଭିତରେ ପଶିଲା ବାଲି ହାଇୱା ।

ଗଞ୍ଜାମ ଜିଲ୍ଲା ବେପରୁଆ ଗାଡ଼ି ଚାଳନା ରୁ ଘର ଭିତରେ ପଶିଲା ବାଲି ହାଇୱା ।

ଗଞ୍ଜାମ ଜିଲ୍ଲା ବେପରୁଆ ଗାଡ଼ି ଚାଳନା ରୁ ଘର ଭିତରେ ପଶିଲା ବାଲି ହାଇୱା ।

ଆସିକା ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲି ଗ୍ରାମର ଜାତୀୟ ରାଜପଥ 59 ପାର୍ଶ୍ୱରେ ଥିବା କେ. ବଇରୀ ଆଚାରୀ ଙ୍କ ଘର ଭିତରକୁ ଗତ ଶନିବାର ରାତ୍ର ଦୁଇଟା ସମୟରେ ଏକ ବାଲି ବୋଝେଇ ହଇୱା ( ଓ ଆର 07 ଏ ଜେ 0947) ଅଚାନକ ପଶିଯିବାରୁ ଦୁଇଟି ବିଦ୍ୟୁତ ଖୁଣ୍ଟ ସହ ଘରର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣା ଏତେ ଭୟାବହ ଥିଲାଯେ ଏଥିରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ନିକଟରେ ଏକ ଫୁଟ ଦୂରରେ ଥିବା ଏକ ବିଦ୍ୟୁତ ଟ୍ରାନସଫର୍ମର ଏଥିରୁ ବାଦ ପଡ଼ିଥିବା ଯୋଗୁଁ ଏକ ନିଶ୍ଚିତ ଭୟାବହ ଦୁର୍ଘଟଣାରୁ ଗାଡ଼ିଟି ରକ୍ଷା ପାଇଯାଇଥିବା ବେଳେ ଗାଡି ଚାଳକ ଏଥିରେ ଆହତ ହୋଇଛି । ଆଶ୍ଚର୍ଯ୍ୟର କଥା ଦୀର୍ଘ ସମୟ ଧରି ଗାଡ଼ିଟି ଘର ଭିତରେ ପଶି ରହିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ନପହଞ୍ଚିବା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇବା ସହ ବାଲି ମାଫିଆ ଙ୍କ ସହ ସରକାରୀ ପଦାଧିକାରୀ ଙ୍କ ମଧୁଚନ୍ଦ୍ରିକା ରହିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକାଶ ଥାଉକି ସୋରଡା,ନୂଆଗଡ, ବର ଡାବିଲି, ଭରତପଲି ଅଞ୍ଚଳରୁ ପ୍ରତିଦିନ ରାତ୍ରୀ ସମୟରେ ସଂଖ୍ୟାଧିକ ହାଇୱା,ଟ୍ରାକ୍ଟର ଯୋଗେ ବାଲି ଚୋରାରେ ବ୍ରହ୍ମପୁର,ଶେରଗଡ, ଦିଗ ପହଣ୍ଡି ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଚୋରା ବାଲି ଚାଲାଣ ବେଳେ ଗାଡି ଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉ ଥିବା ରୁ ଏପରି ଦୂର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ଚୋରା ବାଲି ଚାଲାଣ ପ୍ରତି ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣ ରହୁନଥିବା ବେଳେ ଚଢ଼ାଉ ବ୍ୟାପକ ଧରଣର ହେଉନଥିବା ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆ ମାଲାମାଲ ହେଉଛନ୍ତି । ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ