ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଭୟଙ୍କର ଜଙ୍ଗଲ ନିଆଁ, ୨.୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଭୟଙ୍କର ଜଙ୍ଗଲ ନିଆଁ, ୨.୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଭୟଙ୍କର ଜଙ୍ଗଲ ନିଆଁ, ୨.୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ପ୍ୟାରିସ: ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ନିଆଁ ବେଗରେ ବ୍ୟାପୁଥିବାରୁ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।ଫ୍ରାନ୍ସ ସରକାରଙ୍କ ସୂଚନା ଅନୁସାରେ, ବୋର୍ଦୋ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଏପର୍ଯ୍ୟନ୍ତ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ନିଆଁ ଅନିୟନ୍ତ୍ରିତ ଭାବେ ବ୍ୟାପୁଥିବାରୁ ବୋର୍ଦୋ ଆଖପାଖର ଗ୍ରାମଗୁଡ଼ିକରେ ବିପଦ ବଢ଼ିଛି। ରବିବାର ରାତିରେ ପ୍ରଶାସନ ପକ୍ଷରୁ ଆହୁରି ୫୦ ହଜାରରୁ ଅଧିକ ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିବା ବେଳେ, ପ୍ରଶାସନ ଲୋକଙ୍କୁ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛି। ଅଧିକ ଜନବସତି ଅଞ୍ଚଳକୁ ନିଆଁ ବ୍ୟାପିବାର ଆଶଙ୍କା ଥିବାରୁ ସତର୍କତା ବଢ଼ାଯାଇଛି।