ମୋହନା ସମାଜ କୋଠଘରରେ ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ।

ମୋହନା ସମାଜ କୋଠଘରରେ ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ।

ମୋହନା ସମାଜ କୋଠଘରରେ ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ।

ଗଜପତି(ମନୋଜ ପାଢ଼ୀ)
ଗଜପତି ଜିଲ୍ଲାର ମୋହନା ସମାଜ କୋଠଘର ଠାରେ ଅଡବା ଗ୍ରାମ୍ୟ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାଙ୍କ ଚୟନ ଓ ଶପଥ ପାଠ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳର ସମାଜର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇ ନୂତନ କମିଟି ଗଠନ କରିଥିଲେ।

ରବିବାର ରାତି ପ୍ରାୟ ୯ଟା ସମୟରେ ମୋହନା କୋଠଘର ଠାରେ ଆୟୋଜିତ ବୈଠକରେ କେନ୍ଦ୍ରୀୟ ସଭାପତି ଦଣ୍ଡାସି ସାହୁ, ଲକ୍ଷ୍ମୀଣ ସାହୁ, ତଳପୁର ସଭାପତି କଙ୍ଗ୍ରେସ ସାହୁ ଓ ଆଞ୍ଚଳିକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକରେ ସମାଜର ସାଙ୍ଗଠନିକ ବିକାଶ ଓ ନୂତନ କର୍ମକର୍ତ୍ତା ଚୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ରମେଶ ଚନ୍ଦ୍ର ସାହୁ, ସଭାପତି ଭାବେ ପ୍ରକାଶ ଚନ୍ଦ୍ର ସାହୁ, ଉପସଭାପତି ଭାବେ ବିନୋଦ ସାହୁ, ସମ୍ପାଦକ ଭାବେ ସିମାଞ୍ଚଳ ସାହୁ, ସହ-ସମ୍ପାଦକ ଭାବେ ପ୍ରଫୁଲ୍ଲ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ସାହୁଙ୍କୁ ଚୟନ କରାଯାଇଥିଲା। ବେହେରା ଭାବେ ଟୁନା ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ।

ସାହି ସଦସ୍ୟ ଭାବେ ସୁଧାକର ସାହୁ, ଦୁର୍ଯ୍ୟୋଧନ ସାହୁ, ସନ୍ତୋଷ ସାହୁ ଓ ହରି ସାହୁ ଚୟନ ହୋଇଥିବା ବେଳେ ମହିଳା ସଦସ୍ୟ ଭାବେ ଉର୍ମିଳା ସାହୁ ଓ ଶୁକାନ୍ତି ସାହୁଙ୍କୁ ମନୋନୀତ କରାଯାଇଥିଲା। ଅଡବା ସାହିରୁ ଉମାଚରଣ ସାହୁ ଓ ସନ୍ତ ସାହୁ ସଦସ୍ୟ ଭାବେ ଚୟନ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ସଭାପତି କୋରା ସାହୁ ନୂତନ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରି ସେମାନଙ୍କ ସଫଳ କାର୍ଯ୍ୟକାଳ କାମନା କରିଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ ଘୋଷଣା କରିଥିଲେ।