ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡ଼ଯନ୍ତ୍ର ବିରୁଦ୍ଧରେ ଜ଼ିଲ୍ଲା ବିଜୁ ୟୁବ ଓ ଛାତ୍ର ଜନତା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ
ରାୟଗଡ ( info media) ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡ଼ଯନ୍ତ୍ର ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ଗତ ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଆରମ୍ଭ ହୋଇଛି l ଏହି ଆନ୍ଦୋଳନକୁ ରାୟଗଡ ଜ଼ିଲ୍ଲା ରେ ବ୍ୟାପକ କରିବା ପାଇଁ ଶଙ୍ଖ ଭବନରେ ଆଭାସୀ (Virtual) ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ବୈଠକରେ ବିଜୁ ଜନତା ଦଳର ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱ ଓ ବିଜୁ ଯୁବ ଛାତ୍ର ଜନତା ଦଳର ଜ଼ିଲ୍ଲା କର୍ମକର୍ତ୍ତା ଜିଲ୍ଲା ସଭାପତି ଯୋଡ଼ି ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ବ୍ୟାପକ ଆଲୋଚନା କରିଥିଲେ। ଏହି ପରିପେକ୍ଷ ରେ ରାୟଗଡ ଜିଲ୍ଲା ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆଜି 13/.07/2026 ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ହଜାର ଛାତ୍ରଛାତ୍ରୀ, ଯୁବବର୍ଗ, ଅଭିଭାବକ ଓ ସାଧାରଣ ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନଦେଇ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିଥିଲେ l ଜ଼ିଲ୍ଲା ବିଜେଡି ୟୁବ ଓ ଛାତ୍ର ସଭାପତି ଧିରୁ ପାଣିଗ୍ରାହୀ ଓ ଉଦୟ ହିମିରିକା ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହେଉଥିବା ଅବହେଳା ବିରୋଧରେ ରାୟଗଡ ରାସ୍ତାରେ ଜନସ୍ୱର ଗର୍ଜି ଉଠିଥିଲା lବ୍ୟାପକ ଜନଆକ୍ରୋଶକୁ ସମ୍ମାନ ଦେଇ ଶିକ୍ଷାମନ୍ତ୍ରୀ ତୁରନ୍ତ ନୈତିକ ଦାୟିତ୍ୱ ଗ୍ରହଣ କରି ପଦତ୍ୟାଗ କରିବା ଉଚିତ।ଏହା କେବଳ ଏକ ପ୍ରତିବାଦ ନୁହେଁ, ବରଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ଦୃଢ଼ ସଂକଳ୍ପ। ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଶ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି,ଶ୍ରୀ ସୁଧୀର କୁମାର ଦାଶ,ରାଜ୍ୟ ସାଧାରଣ ସମ୍ପାଦକ,ଶ୍ରୀ ଜଗଦୀଶ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଥ୍ଵୀରାଜ ସାହୁ, ରାଜ୍ୟ ସମ୍ପାଦକ ଶ୍ରୀ ରଘୁନାଥ ଗମାଙ୍ଗ,ପୂର୍ବତନବିଧାୟକ,ଗୁଣୁପୁର,ଶ୍ରୀମତୀ ଅନୁସୟା ମାଝୀ,ସଭାନେତ୍ରୀ, ବିଜୁ,ମହିଳା ଜନତା ଦଳ,ଶ୍ରୀ ଦେବାଶିଷ ଖାଡ଼ଙ୍ଗା, ବରିଷ୍ଠ ରାଜ୍ୟ ଉପସଭାପତି,ବିଜୁ ଯୁବ ଜନତା ଦଳ, ପି ଗୌରୀ ଶଙ୍କର ରାଓ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି, ଇପିଲି ଧବଳେଶ୍ଵର ନାଇଡ଼ୁ ଜ଼ିଲ୍ଲା ଉପସଭାପତି, ବାତ୍ରୀ ମଣ୍ଡାଙ୍ଗୀ, କ୍ଷୀରୋଦ ପଟ୍ଟନାୟକ,ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ୟ କାର୍ଯ୍ୟକାରୀ ସଭାପତି, ବିଜୁ ଛାତ୍ର ଜନତା ଦଳ ଶ୍ରୀ ବିନାୟକ ପଲେଇ,ରାଜ୍ୟ ସାଧାରଣ ସମ୍ପାଦକ, ବିଜୁ ଛାତ୍ର ଜନତା ଦଳ ଶ୍ରୀ ଉଦୟ ହିମିରିକା,ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଶ୍ରୀମତୀ ସରସ୍ବତୀ ମାଝୀ, ରାଜ୍ୟ ସାଧାରଣ ସମ୍ପାଦିକା,ବିଜୁ ମହିଳା ଜନତା ଦଳ ଶ୍ରୀମତୀ ଶୁଭ୍ରା ପଣ୍ଡା,ରାଜ୍ୟ ସମ୍ପାଦିକା,ବିଜୁ ମହିଳା ଜନତା ଦଳ ଚନ୍ଦ୍ର ଶେଖର ନାଇଡ଼ୁ,ଓ ଅନ୍ୟାନ୍ୟ ଯୁବ-ଛାତ୍ର ଏବଂ ବରିଷ୍ଠ ସଙ୍ଗଠକ lଅତିଥି ଭାବେ ସୁଶ୍ରୀ ସସ୍ମିତା ମେଲେକା,ରାଜ୍ୟ ବରିଷ୍ଠ ଉପସଭାପତି,ବିଜୁ ଯୁବ ଜନତା ଦଳ ଶ୍ରୀ ଅରୁଣ କୁମାର ମିଶ୍ର,ରାଜ୍ୟ ଉପସଭାପତି,ବିଜୁ ଯୁବ ଜନତା ଦଳଶ୍ରୀମତୀ ଶିଳ୍ପା ପାଣି, ରାଜ୍ୟ ଉପସଭାପତି,ବିଜୁ ଯୁବ ଜନତା ଦଳ ଯୋଗ ଦେଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
