ଗଞ୍ଜାମ ଜିଲ୍ଲା ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ l
ଆସିକା: ମୁଣ୍ଡମରାଇ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଶେଷ ଦିବସରେ ଅତିଥି ଭାବରେ ଇଁ ପ୍ରଦୀପ କୁମାର ପତ୍ରି ଯୋଗଦେଇ ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ସମ୍ପାଦକ ଚିଦାନନ୍ଦ ପାତ୍ର,ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ପାତ୍ର,ବଳରାମ ଡାକୁଆ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଜି ବିଦ୍ୟାଳୟ ପରିସରରେ ଅଅଁଳା, ପିଜୁଳି, ବେଲ, ଅଶୋକ , ଜାମ ଆଦି ବୃକ୍ଷ ରୋପଣ କରାଯାଇଥିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
