ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ କଂ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ କଂ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ କଂ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ବରଗତ ୧,୭( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶିଶିର କୁମାର ଭୋଇ କଂ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ଓ ବିଦାୟକାଳୀନ ସଂଗୀତ ପରିବେଷଣ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ନୂତନ ଭାବେ ଭାରତପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ। ମୁଖ୍ୟ ଅତିଥି ଭାବେ ଡାଏଟ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ବାରିକ। ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ସଭାପତି କଷ୍ଟ ସାହୁ, ପୂର୍ବତନ ସରପଞ୍ଚ ତଥା ପୂର୍ବତନ ପରିଚାଳନା କମିଟି ର ସଦସ୍ୟ ମକରଧ୍ୱଜ ଭୂଏ,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ପୂର୍ବତନ ବିଦ୍ୟାଳୟର ଶିକ୍ଷକ ଧର୍ମରାଜ ପ୍ରଧାନ, ପୂର୍ବତନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ଦୟାନିଧି ନାୟକ, ଦିଲିପ କୁମାର ମେହେର, ଶ୍ରୀମତୀ ମିନତି ନନ୍ଦ, ଶିବାଜୀ ବିଶି ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଶିଶିର କୁମାର ଭୋଇ ଆଦର୍ଶ ଶିକ୍ଷକ କଂ ଉତ୍ତମ ଗୁଣଗାନ କରିଥିଲେ। ଏହି ସମୟରେ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇଥିଲେ, ଏହା ସହିତ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ। ପରିଶେଷରେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟତ୍ରୀ ସୁଶ୍ରୀ ମୈତ୍ରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସଭାପତି ଶ୍ରୀ ଭୋଇ କଂ ଆଦେଶ କ୍ରମେ ସଭା ସାଂଗ କରାଯାଇଥିଲା।