ଗଞ୍ଜାମ ଜିଲ୍ଲା ଧରାକୋଟର ବାଲିଛାଇ ଗ୍ରାମରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନୂତନ ମୁଖ୍ୟଦ୍ୱାର ଓ ବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ତାଳୁକା ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନୂତନ ମୁଖ୍ୟଦ୍ୱାର ଏବଂ ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଆୟୋଜିତ ଯଜ୍ଞର ଅନ୍ତିମ ଦିନରେ ଘୃତଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା।ଏହି ପବିତ୍ର କାର୍ଯ୍ୟକ୍ରମରେ ରାଜାରାଣୀ ମା’ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ସମସ୍ତ ବୈଦିକ ନୀତିକାନ୍ତି ସମ୍ପନ୍ନ କରିଥିଲେ। ସେ ଉକ୍ତ ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତି, ଶାନ୍ତି, ସମୃଦ୍ଧି ଓ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଏହି ଅବସରରେ ବାଲିଛାଇ ଗ୍ରାମବାସୀମାନେ ରାଜାରାଣୀ ମା’ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ଉଷ୍ମ ସ୍ୱାଗତ ଜଣାଇଥିଲେ। ଏଥିପାଇଁ ସେ ସମସ୍ତ ଗ୍ରାମବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଧରାକୋଟ ବିଜେଡି ସଭାପତି ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ସହ ବହୁ ଭକ୍ତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ରିପୋର୍ଟ: ଗଣେଶ ପାଣିଗ୍ରାହୀ
