ଭଞ୍ଜନଗର ପୋଲିସ ପକ୍ଷରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଭଞ୍ଜନଗର ପୋଲିସ ପକ୍ଷରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଭଞ୍ଜନଗର ପୋଲିସ ପକ୍ଷରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଇତ୍ୟବସରରେ ଭଞ୍ଜନଗର ସହର ଓ ଆଖପାଖ ଅଞ୍ଚଳ ସମେତ ତନରଡା ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ବିଭାଗର ଗାଡ଼ି ରେ ଆଣି ଥାନା ପରିସରରେ ଚାଲିଥିବା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ରେ ବିଭିନ୍ନ ପରୀକ୍ଷା ଯଥା ରକ୍ତପରୀକ୍ଷା, ରକ୍ତ ଶର୍କରା, ରକ୍ତଚାପ ସମେତ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଡ଼ାକ୍ତରଖାନାର ଡ଼ାକ୍ତର ସିମାଞ୍ଚଳ ଡାକୁଆ ଙ୍କ ସମେତ ଭଞ୍ଜନଗର ଥାନା ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ, ଥାନା କର୍ମଚାରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହର ର ସମାଜସେବୀ ବ୍ୟକ୍ତି ଶେଷଙ୍କ ସମେତ ସେବା ଅନୁଷ୍ଠାନ “ବିପଦର ବନ୍ଧୁ” ପ୍ରମୁଖ ଅଂଶଗ୍ରହଣ କରି ସେବା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ପୋଲିସ ପ୍ରଶାସନର ଏଭଳି ନିଆରା ସେବା କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।