ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ହରିନାମ ସଂକୀର୍ତନ ସହିତ ସମାପ୍ତି
ରାୟଗଡ ( info media)ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଗତ ତିନିଦିନ ଧରି ଚାଲିଥିଲା ତାହା ହରିନାମ ସଂକୀର୍ତନ ସହିତ ସମାପ୍ତି ହୋଇଯାଇଛି l ଶ୍ରୀମତୀ ସୀରା ଆପାୟାମା, ସ୍ବର୍ଗ ସ୍ବର୍ଗତ ପଲେୟାଙ୍କ ସ୍ମୃତିରେ ସିରା ଆପାୟାମା ପରିବାର ପକ୍ଷରୁ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତିସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି l ଏହି ପବିତ୍ର କାର୍ଯ୍ୟକ୍ରମ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନ ଓଦିବ୍ୟ ମାର୍ଗଦର୍ଶନ ସହିତ ନମାଚାର୍ଯ୍ୟ ସତ୍ୟନାରାୟଣ ପାଣିଗ୍ରାହୀ,କୁନା ବେହରା,ରାଜୁ ସାହୁ,ମୋହନ ଗୁରୁ ତିରୁପତି ବେହରା ଓ ବୈଦିକ ପୁରୋହିତମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ସମାପ୍ତି ହୋଇଛି । ଜ୍ୟଷ୍ଠମାସ ଶୁକ୍ଳପକ୍ଷ ଦ୍ବିତୀୟା ଇଂ.ତା. ୧୬:୦୬:୨୦୨୬ ରିଖ ମଙ୍ଗଳବାର ଦିନ ଶୁଭ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା ।ଶ୍ରୀକୃଷ୍ଣ ବିହାରୀ ଯାଦବ ସଂଘ ଏବଂଶ୍ରୀ ଶ୍ରୀ ସିତାରାମା ଧ୍ୟାନ ଆଞ୍ଜିନେୟା ଧ୍ୟାନ ମନ୍ଦିର କମିଟି, ରାୟଗଡା ଙ୍କ ଦ୍ୱାରା ୧୬.୦୬.୨୦୨୬ ରିଖ ମଙ୍ଗଳବାରସକାଳ ଘ. ୬.୦୦ ମି. ଠାରୁ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁଭାରମ୍ଭ ସହିତ . ୮.୦୦ ମି. ସମୟେ ସାମୂହିକ ବିଷ୍ଣୁ ସହସ୍ରନାମ ପାରାୟଣ ସନ୍ଧ୍ୟା ଜଳାଧିବାସ, କ୍ଷୀରାଧିବାସ, ସୟାଦିବାସ ଅଖଣ୍ଡ ହରୀନାମ ଉପଲକ୍ଷେ ଗଙ୍ଗା ଆବାହନ ଅଧିବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି ୧୭:୦୬,୨୦୨୬ ରିଖ ବୁଧବାରପ୍ରାତଃ ଘ. ୬.୦୦ ମି. ଠାରୁ ଅଖଣ୍ଡ ହରିନାମ ଗୁରିପ୍ରହରୀ ଶୁଭାରମ୍ଭ l. ୮.୦୦ ମି. ସମୟେ ବୃନ୍ଦାବନରୁ ପହଞ୍ଚିଥିବା ୮.୪୭ ମି. ସମୟେ ଶ୍ରୀବିଗ୍ରହଣ ପ୍ରତିଷ୍ଠା ଓ ଶ୍ରୀକୃଷ୍ଣ ପାଦଦ୍ୱୟ ପ୍ରତିଷ୍ଠା ପୂର୍ଣାହୂତିସନ୍ଧ୍ୟା ଘ. ୬.୦୦ ମି. ସମୟ ରେ ଓ ୧୮ ତାରିଖ ଦିନ ହରୀନାମ ସମାପନ, ନଗର ପରିକ୍ରମା, ଦଧିହାଣ୍ଡି ଭଞ୍ଜନ ସହିତ ପରିସମାପ୍ତି ହୋଇଛି l ପ୍ରାୟ 5 ହଜାର ଜନସାଧାରଣ ଙ୍କ ପ୍ରସାଦ ସେବାନ କରିଥିଲେ l ଶ୍ରୀ କ୍ରିଷ୍ଣା ବିହାର ଯାଦବ ସଂଗମ ଓ ଶ୍ରୀ ସୀତାରାମା ଆଞ୍ଜେନେୟା ମନ୍ଦିର କମିଟି ସଭାପତି ସିରା ରାବନା ବାଙ୍ଗାରି ବାବୁ କହିଛନ୍ତ ଯେ ଏହି କାର୍ଯ୍ୟକ୍ରମ ଟି ଅତି ସୁନ୍ଦର ଭାବେ ଆଧ୍ୟାତ୍ମିକ ପରିବେଶ ରେ ସମାପ୍ତି ହୋଇଛି l ଏହି ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ଧ୍ୟାନମନ୍ଦିର କାର୍ଯ୍ୟକ୍ରମ ରେ 40ଗୋଟି ସଂକ୍ରିତନ ମଣ୍ଡଳୀ ଯୋଗଦେଇ ଥିଲେ l ବୃନ୍ଦାବନ ରୁବିଶିଷ୍ଟ ସାଧୁ ସନ୍ଥ ଯୋଗ ଦେଇଥିଲେ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ମହାରାଜ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା କ l ରାୟଗଡ ଜ଼ିଲ୍ଲା ତଥା ଏହି ସହର ରେ ପ୍ରଥମ କରି ଏହି ପରି କାର୍ଯ୍ୟକ୍ରମ ହୋଇଥିଲା ଓ ବୃନ୍ଦାବନ ରୁ ସାଧୁସନ୍ଥ ଯୋଗ ଦେବା ଥିଲେ ରାୟଗଡ ଜ଼ିଲ୍ଲା ର ଜନସାଧାରଣ ଯୋଗଦେଇ ସାଧୁସନ୍ଥ ଙ୍କ ଆଶୀର୍ବାଦ ନଇଥିବାରୁ ଶ୍ରୀ ଚୈତନ୍ୟ ରାମଜୀ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ସଭାପତି ସିରା ରାବଣା, ଭିରାବାବୁ,ବାଙ୍ଗାରିବାବୁ,ପି କିଶୋର, ଅନିଲ, ଶ୍ରୀନୁ, ଜନସଧାରଣ କାର୍ଯ୍ୟକ୍ରମ ରେ ଯୋଗଦେ ଥିବା ଜନସାଧାରଣ ଓ ସଂକୀର୍ତନ ମଣ୍ଡଳୀ କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତିରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
