ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି:(ମନୋଜ କୁମାର ପାଢୀ): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ ଗଜପତି ଜିଲାର ଅଡବା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ ଅଡବା ପୋଲିସ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।ଅଡବା ଥାନା ଅଧୀନ ଅଲିଗଣ୍ଡା ଗ୍ରାମର ସବିତା ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୫ ଜୁନ ସକାଳ ପ୍ରାୟ ୯ଟା ୩୦ ମିନିଟରେ ସେ ଘରେ ଏକାକୀ ଥିବାବେଳେ ତିନିଜଣ ବ୍ୟକ୍ତି ତାଙ୍କ ଘରକୁ ଆସି ନିଜକୁ ମାନବାଧିକାର କର୍ମୀ ଓ ଏନଜିଓ ପ୍ରତିନିଧି ବୋଲି ପରିଚୟ ଦେଇଥିଲେ। ସେମାନେ ତାଙ୍କ ବିରୋଧରେ ଏକ ଅଭିଯୋଗ ରହିଥିବା କହି ମାମଲାର ସମାଧାନ ନାଁରେ ୧ ଲକ୍ଷ ୫୦ ହଜାର ଟଙ୍କା ଦାବି କରିଥିଲେ। ମହିଳା ଟଙ୍କା ଦେବାକୁ ମନା କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହ ଖରାପ ବ୍ୟବହାର କରିଥିଲେ ଏବଂ ଜବରଦସ୍ତି ୫ ହଜାର ଟଙ୍କା ନେଇ ପଳାଇ ଯାଇଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି। ୧୬ ଜୁନ ସାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଅଡବା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ନକଲି ପରିଚୟ ଦେଇ ବିଶେଷକରି ଆଦିବାସୀ ଅଞ୍ଚଳର ଲୋକଙ୍କୁ ଭୟଭୀତ କରି ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଡବା ଓ ମୋହନା ଥାନାରେ ବିଭିନ୍ନ ମାମଲା ରହିଛି। ଏହି ଠକେଇରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆଉ କେତେଜଣ ଏହାର ଶିକାର ହୋଇଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।