କେନ୍ଦ୍ର ସରକାର ଙ୍କ 12 ବର୍ଷ ଓ ରାଜ୍ୟ ସରକାର ଙ୍କ 2 ପୂର୍ତ୍ତି ଉପଲକ୍ଷେ କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ଜନସମ୍ପର୍କ ଅଭିଯାନ

କେନ୍ଦ୍ର ସରକାର ଙ୍କ 12 ବର୍ଷ ଓ ରାଜ୍ୟ ସରକାର ଙ୍କ 2 ପୂର୍ତ୍ତି ଉପଲକ୍ଷେ କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ଜନସମ୍ପର୍କ ଅଭିଯାନ

କେନ୍ଦ୍ର ସରକାର ଙ୍କ 12 ବର୍ଷ ଓ ରାଜ୍ୟ ସରକାର ଙ୍କ 2 ପୂର୍ତ୍ତି ଉପଲକ୍ଷେ କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ଜନସମ୍ପର୍କ ଅଭିଯାନ ରାୟଗଡ(info media) କେନ୍ଦ୍ରସରକାର ଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ରାୟଗଡ ଜ଼ିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ଗ୍ରାମ ପଞ୍ଚାୟତରବାହାରପଦାମାଝୀ ଗ୍ରାମରେ ଏକ ବିଶେଷ ସମ୍ପର୍କ ଅଭିଯାନଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ୟାଲା କୋଣ୍ଡା ବାବୁ ଙ୍କ ସମତେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ର ସଂଗଠକ ଶ୍ରୀ ଭି. ସତୀଶ , ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା , ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ଏବଂ କୋଟପାଡ ବିଧାୟକ ଓ ରାୟଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷ ମଞ୍ଜୁଳା ମିନିୟାକା, କୋରାପୁଟ ସାଂସଦ ପ୍ରାର୍ଥୀ କଳିରାମ ମାଝୀ ଯୋଗଦେଇଥିଲେ ।ପ୍ରଥମେ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇବାର ପରବର୍ତ୍ତୀ ସମୟରେ ଅତିଥିମାନେ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣମୂଳକ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।”ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ” ମନ୍ତ୍ରକୁ ଆଧାର କରି ଦେଶ ଓ ରାଜ୍ୟର ବିକାଶ ଧାରାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଉଭୟ ସରକାର ଙ୍କ ବିଭିନ୍ନ ଉନୟନ ମୂଳକ ଯୋଜନା କିପରି ଭାବେ ଜନସାଧାରଣ ଙ୍କ ପାଖରେ ପହଂଚିବ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ରାଜ୍ୟ ସଭାସଂସଦ ସୁଜିତ କୁମାର କହିଥିଲେ l ଦଳ କୁ ମଜବୁତ କରିବା ପାଇଁ ଜ଼ିଲ୍ଲା ର ସମସ୍ତ କର୍ମୀ ନେତା ମିଳିମିଶି କାମ କରିବା ଉପରେ କୋଣ୍ଡା ବାବୁ ଗୁରୁତ୍ୱ ଦେଇଥିଲେ ଆଖିଆଗରେ ପଂଚାୟତ ଓ ପୌର ନିର୍ବାଚନ ଅଛି ଏହା କୁ ଦୃଷ୍ଟି ରେ ରଖି କାମ କରିଲେ ବିଜେପି ର ପ୍ରାର୍ଥୀ ଙ୍କ ବିଜୟ ସୁନିଶ୍ଚିତ ବୋଲି କୋଣ୍ଡା ବାବୁ କହିଥିଲେ lପରେ ପରେ ଆଜି ମାନ୍ୟବର ଭି ସତୀଶ ରାଷ୍ଟ୍ରୀୟ ସଙ୍ଘଠକ ମାନ୍ୟବର ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ମାନ୍ୟବର ରାଜ୍ୟସଭା ସାଂସଦ ସୁଜୀତ କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୋଣ୍ଡା ବାବୁ,ମାନ୍ୟବର କୋରାପୁଟ ବିଧାୟକ ରଘୁରାମ ମାଛ ମହୋଦୟଙ୍କୁ ମାଝୀଗୁଡା ମଣ୍ଡଳ ସଭାପତି ଅନିଲ କୁମାର ଜାଡି ଙ୍କ ନେତୃତ୍ୱ ରେ ମଣ୍ଡଳର ପଦାଧିକାରୀ ଏବଂ ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ ଶିକରପାଇ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଚା ଖଟି ରେ “ଚାଏ ପେ ଚର୍ଚ୍ଚା ” କରିଥିଲେ.ରାୟଗଡରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ