ବରଗଡ ସରକାରୀ ଡାକ୍ତରଖାନାରେ ବିଶ୍ବ ରକ୍ତଦାତା ଦିବସ ଅବସରରେ ଭେଡେନ ଅମୃତ୍ କୁଟୁମ୍ ସମ୍ମାନିତ କରାଯାଇଥିଲା। ବରଗଡ – ୧୪,୭(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସରକାରୀ ଡାକ୍ତରଖାନା ଠାରେ ବିଶ୍ବ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଏହା କୁ ପରିଚାଳନା ରକ୍ତ ଭଣ୍ଡାର ଅଧିକାରୀ ଡଃ ଚିତ୍ତରଞ୍ଜନ ପଣ୍ଡା। ଏଥିରେ ଜିଲ୍ଲା ର ରକ୍ତଦାତା ସ୍ଵେଚ୍ଛାସେବୀ ସଂଗଠନ ଓ ରକ୍ତଦାତା ମାନଙ୍କୁ ପ୍ରବର୍ତ୍ତକ ବ୍ଯକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଭେଡେନ ଅମୃତ୍ କୁଟୁମ୍ ତରଫରୁ ୫ ଜଣ ସଦସ୍ୟ ପ୍ରତିନିଧିତ୍ବ କରିଥିଲେ ଓ ସେମାନଙ୍କୁ ଉପଢୌକନ, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବରଗଡ଼ ସିଡିଏମଓ କୁବେର ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତ ର ବିଭିନ୍ନ ବର୍ଗ ଓ କିପରି ଭାବରେ ରକ୍ଷଣାବେକ୍ଷଣ ତାହାର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ବୁଝାଇଥିଲେ। ଏହି ସମୟରେ ଅମୃତ କୁଟୁମ୍ ର ସଦସ୍ୟମାନେ ଭେଡେନ ସିଏଚଏସସି ଠାରେ ଏକ ରକ୍ତ ଭଣ୍ଡାର ଏକ ୟୁନିଟ୍ ଖୋଲାଯିବା ପ୍ରସ୍ତାବ ଦେଇଥିଲେ। ସିଡିଏମଓ ଶ୍ରୀ ମହନ୍ତ କହିଲେ ଆମକୁ ଅଂଚଳରେ ଜନସାଧାରଣଙ୍କ ଦରଖାସ୍ତ ଦିଅନ୍ତୁ, ବରଗଡ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ରକ୍ତ ଭଣ୍ଡାର ଅଧିକାରୀ ଡଃ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିବା ସମସ୍ତ ସଂଗଠନ ଓ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ବରଗଡ ସରକାରୀ ଡାକ୍ତରଖାନାରେ ବିଶ୍ବ ରକ୍ତଦାତା ଦିବସ ଅବସରରେ ଭେଡେନ ଅମୃତ୍ କୁଟୁମ୍ ସମ୍ମାନିତ କରାଯାଇଥିଲା।
