ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ
ରାୟଗଡ଼ା: ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ସ୍ପଷ୍ଟ କରାଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।ରାମମୂର୍ତ୍ତି ଓଡ଼ିଶା ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ନେତା ଥିଲେ। ସେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ଗୁଣୁପୁର ର କଂଗ୍ରେସ ର ଗଡ଼ କୁ ଭାଙ୍ଗି ଜନତା ଦଳ ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦ ମସିହାରେ ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ପୁଣି ଥରେ ଗୁଣୁପୁର ଆସନରୁ ବିଧାୟକ ହୋଇଥିଲେ। ଜଣେ ସକ୍ରିୟ ଜନପ୍ରତିନିଧି ଭାବେ ସେ ନିଜ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ।ତେବେ ତାଙ୍କ ବ୍ୟକ୍ତିଗତ ଜୀବନର ପରବର୍ତ୍ତୀ ସମୟ ବେଶ୍ ଆହ୍ୱାନପୂର୍ଣ୍ଣ ଓ ବିବାଦୀୟ ରହିଥିଲା। ଗତ ୧୯୯୫ ମସିହାରେ ଘଟିଥିବା ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ହତ୍ୟା ମାମଲାରେ ସେ ଜଡ଼ିତ ଥିଲେ। ଦୀର୍ଘ ୨୮ ବର୍ଷର ଆଇନଗତ ଲଢ଼େଇ ପରେ ୨୦୨୩ ମସିହାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। କାରାଗାରରେ ଥିବା ସମୟରେ ଅସୁସ୍ଥତା ବଢ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତାଙ୍କର ନିଧନ ଖବର ପହଞ୍ଚିବା ପରେ ଗୁଣୁପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୂର୍ବତନ ବିଧାୟକ ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗ ଙ୍କ ବିୟୋଗ ଖବର ଶୁଣି ପୂର୍ବତନ ଆଦିବାସୀ ଜାତି ତଥା ଜନଜାତି ଓ ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଜଗନ୍ନାଥ ସାରକା ଭାବେ ଦୁଃଖିତ ଏବଂ ମର୍ମାହତ ହୋଇ କହିଛନ୍ତି ଜେ ତାଙ୍କର ଜନସେବା, ସରଳତା ଓ ଲୋକଙ୍କ ପ୍ରତି ନିଷ୍ଠା ସଦା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି l ଠିକ ସେହିପରି ପୂର୍ବତନ ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ, ବିଜେଡି ଜ଼ିଲ୍ଲା ଉପସଭାପତି ଗଗନ ଆଚାର୍ଯ୍ୟ, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ଓ ରଂଜିତ ପାଣିଗ୍ରାହୀ କୁନା, ଧୀରୁ ପାଣିଗ୍ରାହୀ, ଉଦୟ ହିମରିକା, ବିଜେଡି ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର, ଅନୁସୟା ମାଝୀ, ଶୁଭ୍ରା ପଣ୍ଡା, ବିନାୟକ ପୋଲାଈ, ପି ମୋନିରତ୍ନାମ, ବୋନି ଭାଈ ବସ ମାଲିକ ଜିତୁ ପାଢ଼ୀ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟା ଇପିଲି ଧବଳେଶ୍ୱର ନାଇଡ଼ୁ, ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଈ ଶୋକବ୍ୟକ୍ତ କରିଛନ୍ତି ପରମପିତା ପରମେଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଏବଂ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି l ଅଞ୍ଚଳର ଜନସାଧାରଣ ଓ ବିଭିନ୍ନ ଦଳର ପ୍ରମୁଖ ରାଜନେତାମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
