ପୁରପଲ୍ଲୀରେ ରଜ ମୋହାତ୍ସବ ପାଳିତ

ପୁରପଲ୍ଲୀରେ ରଜ ମୋହାତ୍ସବ ପାଳିତ

ପୁରପଲ୍ଲୀରେ ରଜ ମୋହାତ୍ସବ ପାଳିତ* *କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମରେ ରଜ ମୋହାତ୍ସବ ପାଳନ ହୋଇ ଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ତତ୍ୱାବଧାନ ରେ ଏହି ପର୍ବ ପାଳନ ହୋଇ ଛି । ଆଜି ପହିଲି ରଜ ଉପଲକ୍ଷେ ଗ୍ରାମର କୁନି କୁନି ଝିଅ ମାନେ ବହୁତ୍ ହର୍ଷୋଲ୍ଲାସରେ ଏହି ରଜ ପର୍ବ ପାଳନ କରିଛନ୍ତି । ଏହି ପର୍ବ ତିନି ଦିନ ଧରି ଚାଲିବ ବୋଲି କାହ୍ନୁ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଦୁଇ କୁନି ଝିଅ ଜାଗୃତି ଗୌଡ଼ ଓ ଶୁଭଶ୍ରୀ ମହାନ୍ତିଙ୍କ କର କମଳରେ ଦୁଇଟି ରଜଦୋଳିକୁ ଶୁଭାରମ୍ଭ କରିବା ସହିତ ଝିଅ ମାନଙ୍କ ଦ୍ୱାରା କେକ୍ ମଧ୍ୟ କଟା ଯାଇଥିଲା । ଏହି ତିନିଦିନ ରଜଦୋଳି ଖେଳିବା ସହିତ ବିଭିନ୍ନ ପ୍ରକାରର ନାଚ ଓ ଗୀତର ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି । ଆଜି କୁନି କୁନି ଝିଅମାନେ ରଜଦୋଳି ଖେଳିବା ସହିତ ମିଠା ଓ ପିଠା ବଣ୍ଟନ କରି ପରସ୍ପର ମଧ୍ୟରେ ଶୁଭେଚ୍ଛା ଜଣାଇବା ସହିତ ରଜପାନ ଖାଇ ଏହି ରଜ ପର୍ବକୁ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ହରିଶ୍ଚନ୍ଦ୍ର ପାଣିଗ୍ରାହୀ , ସୁଧାକର ସାହୁ , କାହ୍ନା ସାହୁ , ରାଜୀବ ସାହୁ , ପ୍ରଫୁଲ୍ଲ ସାହୁ ଓ ଅଞ୍ଜନା ମହାରଣା ପରିଚାଳନା କରିବା ସହିତ ଗ୍ରାମର ଗ୍ରାମବାସୀ ଓ ବହୁ ମହିଳା ସହଯୋଗ କରିଥିଲେ।*