ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ

ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ l ଆଜି ଅପରାହ୍ନ ରେ ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୁର୍ବ୍ୟବହାର କରିବା ସହ ନିଜ ମୋବାଇଲରେ ତାଙ୍କ ଭାଇ ସେହି ସମୟର ଭିଡିଓ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ସରପଞ୍ଚ ଚାମେଲୀ ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚମେଲୀ l ପରେ ପୋଲିସ ଥାନାକୁ ଆଣିବା ପରେ ଚମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ l ଚମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ lଗଣେଶ ପାଣିଗ୍ରାହୀ ରିପୋର୍ଟ