ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମତରେ ମହେନ୍ଦ୍ର ମେଳାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ବିନା ଆୟୋଜନ ଫଳରେ ଶ୍ରଦ୍ଧାଳୁମାନଙ୍କୁ ଏଭଳି ସମସ୍ଯା ଭୋଗିବାକୁ ପଡ଼ୁଛି। ଗୋଟିଏ ପଟେ ମହେନ୍ଦ୍ର ମେଳାରେ ଅଭୂତପୂର୍ବ ଜନସମାଗମ ଧାର୍ମିକ ଆସ୍ଥାର ପ୍ରତିଫଳନ ହୋଇଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ଓ ଭିଡ଼ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଗଜପତି (ମନୋଜ ପାଢ଼ୀ): ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମର ଭବିଷ୍ୟତ ପାଇଁ ଥିମ୍କୁ ନେଇ ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବ୍ୟାପକ ସଚେତନତା ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା, ବୃକ୍ଷ ରୋପଣ, ପରିବେଶ ସଚେତନତା ସଭା, ସଫେଇ ଅଭିଯାନ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଥିଲା।ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବନ ବିଭାଗର କର୍ମଚାରୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା। ପରେ ରାମସାଗର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜନପ୍ରତିନିଧି, ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ପରିବେଶପ୍ରେମୀମାନେ ଯୋଗଦେଇ ଚାରାରୋପଣ କରିଥିଲେ। ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମର ଭବିଷ୍ୟତ ପାଇଁ ଥିମ୍କୁ ନେଇ ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବ୍ୟାପକ ସଚେତନତା ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା, ବୃକ୍ଷ ରୋପଣ, ପରିବେଶ ସଚେତନତା ସଭା, ସଫେଇ ଅଭିଯାନ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଥିଲା।ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବନ ବିଭାଗର କର୍ମଚାରୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା। ପରେ ରାମସାଗର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜନପ୍ରତିନିଧି, ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ପରିବେଶପ୍ରେମୀମାନେ ଯୋଗଦେଇ ଚାରାରୋପଣ କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ବନଖଣ୍ଡ ଅଧିକାରୀ କେ ନାଗରାଜୁ, ସହକାରୀ ବନ ସଂରକ୍ଷକ ଅରୁଣ ସାହୁ, ବନାଞ୍ଚଳ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ପରିବେଶପ୍ରେମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ମହେନ୍ଦ୍ରଗିରି ପାହାଡ଼ର ତିନିଟି ଟ୍ରାକିଂ ପଥର ଔପଚାରିକ ଶୁଭାରମ୍ଭ। ବିଧାୟକ ଦାଶରଥୀ ଗମାଙ୍ଗ ଏହି ଟ୍ରେକିଂ ରୁଟ୍ଗୁଡ଼ିକର ଉଦଘାଟନ କରିଥିଲେ। ଏହା ମହେନ୍ଦ୍ରଗିରିର ଇକୋ-ଟୁରିଜିମ୍, ଦୁଃସାହସିକ ପର୍ଯ୍ୟଟନ ଓ ପ୍ରାକୃତିକ ଐତିହ୍ୟର ବିକାଶରେ ଏକ ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ‘ପ୍ରକୃତି ବନ୍ଧୁ’ ଓ ‘ପ୍ରକୃତି ମିତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ଜିଲ୍ଲାର ସାତୋଟି ବ୍ଲକର ପରିବେଶପ୍ରେମୀଙ୍କୁ ସମ୍ମାନିତ କରାଯିବା ସହ ପ୍ରୋତ୍ସାହନମୂଳକ ଅର୍ଥରାସୀ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହାସହ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ସେହିପରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଜେନାଙ୍କ ଦ୍ଵାରା ରଚିତ ପୁସ୍ତକ ପରିବେଶ କୁସୁମର ଲୋକାର୍ପଣ ମଧ୍ୟ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା। ପରେ ବିଧାୟକ ଚାରା ବଣ୍ଟନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନସ୍ଥ ସମସ୍ତ ସାତଟି ବନାଞ୍ଚଳରେ ବୃକ୍ଷରୋପଣ, ସଫେଇ ଅଭିଯାନ, ସଚେତନତା ସଭା, ପରିବେଶ ସୁରକ୍ଷା ଶପଥ ପାଠ ଓ ଅନ୍ୟାନ୍ୟ ପରିବେଶଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲୋକଙ୍କ ବ୍ୟାପକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।
