ଗଞ୍ଜାମ ଜିଲ୍ଲା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ
ବୁଗୁଡ଼ା ୦୭/୦୬/୨୬ ଆଜି ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ ବାଲିପଦର ତରଫରୁ ଛାତ୍ର ଓ ଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ପ୍ରମାଣ ପତ୍ର ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି। ଗ୍ରୀଷ୍ମ ଅବକାଶ ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥିଭାବେ ଇନ୍ଫୋଟେକ୍ ବାଲିପଦର ମୁଖ୍ୟ କାର୍ତ୍ତିକେଶ୍ୱର ଲେଙ୍କା, ମୁଖ୍ୟବକ୍ତା ଭାବରେ ମହିମା ନାୟକ ଇନ୍ଫୋଟେକ୍ କମ୍ପ୍ୟୁଟର କେନ୍ଦୂପଦର , ସମ୍ମାନିତ ଅତିଥି ଭାବରେ ମୁକେଶ ଜେନା ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ, ଅଂଶୁମାନ ପ୍ରଧାନ ଯୋଗଦେଇଥିଲେ। ଅତିଥି ମାନଙ୍କୁ ଉପଢୋକନ ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁକେଶ ଜେନା, ଅଂଶୁମାନ ପ୍ରଧାନ, ସିପୁ ରେଡ୍ଡୀ, ଅଶ୍ୱିନୀ ପ୍ରଧାନ, ପ୍ରେମାନନ୍ଦ ଜେନା, ରୁଦ୍ର ଗୌଡକୁ ସମ୍ମାନିତ କରାଯାଇଥିଲା। ଅତିଥି ମାନଙ୍କ ଅଭିଭାଷଣ ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ପୂର୍ବତନ ଛାତ୍ରୀ ଯଥା ଝିଲ୍ଲି, ଶ୍ରୀଧାଲିନି,ଶିବାନୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପୂର୍ବତନ ଛାତ୍ରୀ ଝୁମୁରୀ, ସୁକନ୍ୟା, ପୁଷ୍ପାଞ୍ଜଳି, କୌଶଲ୍ୟା, ସ୍ୱାତୀ, ସାଇଶ୍ରୀ, ସୁଜ୍ଞାନି ସଭାକାର୍ଯ୍ୟ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନ ମୁଖ୍ୟ କାର୍ତ୍ତିକେଶ୍ୱର ଲେଙ୍କା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଆନୁଷ୍ଠାନିକ ଭାବରେ ସଭା ଶେଷ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
