ରକ୍ତ ଦାନ ସଚେତନତା ବାର୍ତ୍ତା ନେଇ ନିଷ୍ଠା ପରିବାର ର ମୋଟର ସାଇକେଲ ରାଲି….
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୭-୦୬-୨୦୨୬ରିଖ (ରବି ବାର)ଆସନ୍ତା ଜୁନ ୧୪ତାରିଖ ରେ ବରଗଡ଼ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ୧୭ତମ ପ୍ରତିଷ୍ଠା ଦିଵସ ତଥା ବିଶ୍ୱ ରକ୍ତ ଦାତା ଦିଵସ। ୧୬ବର୍ଷ ର ପାଦ ଦେଲା ନିଷ୍ଠା ପରିବାର। ଏ ନେଇ ବରଗଡ଼ ସ୍ଥିତ ନିୟନ୍ତ୍ରିତ ବଜାର କମିଟି (RMC)ଠାରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ସଚେତନତା ବାର୍ତ୍ତା ପାଇଁ ଏକ ବିରାଟ ମୋଟର ସାଇକେଲ ରାଲି ର ଆୟୋଜନ କରାଯାଇଥିଲା। ଏହି ରାଲି କୁ ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀ ହରେ କୃଷ୍ଣ ଦୁଆନ ଓ ଏ.ଏସ.ଆଇ ଉସ ରଞ୍ଜନ ପାଣିଗ୍ରାହୀ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଏହି ରାଲି ରେ ଯୋଗ ଦେଇ ପୂରା ବରଗଡ଼ ସହର ଭ୍ରମଣ କରି ରକ୍ତ ଦାନ ର ବାର୍ତ୍ତା ଦେଇଥିଲେ। ଯୁବ ପୀଢ଼ି ଆଗକୁ ଆସିଲେ ହିଁ ରକ୍ତ ର ଅଭାବ ଦୂର ହେବ ବୋଲି ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ ସଚି ପଣ୍ଡା, କ୍ଷିରୋଦ୍ର ସାହୁ ମଦନ ମୋହନ ଦାଶ, ବିଦ୍ୟାଧର ଭୋଇ, ସଂମ୍ପାଦକ ଲୋକ ନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ , ଜିତୁ ମହାପାତ୍ର, ଜୟନ୍ତ ପଧାନ ,ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।
