ରୋଲର ସ୍କେଟିଂରେ ଧୂମ୍ ମଚାଇଲେ ଦୁଇ କୋରାପୁଟିଆ ପ୍ରତିଭା, ଜିତିଲେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ

ରୋଲର ସ୍କେଟିଂରେ ଧୂମ୍ ମଚାଇଲେ ଦୁଇ କୋରାପୁଟିଆ ପ୍ରତିଭା, ଜିତିଲେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ

ରୋଲର ସ୍କେଟିଂରେ ଧୂମ୍ ମଚାଇଲେ ଦୁଇ କୋରାପୁଟିଆ ପ୍ରତିଭା, ଜିତିଲେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ

ସୁନାବେଡା, କୋରାପୁଟ: କୋରାପୁଟ ଜିଲ୍ଲାର ଦୁଇ ଯୁବ ପ୍ରତିଭା ରୋଲର ସ୍କେଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୁନାବେଡାର ଅନୁଷ୍କା ପ୍ରଦର୍ଶିନୀ କରିଞ୍ଜି ଓ ରାଜବୀର ସିଂହ ନିଜ ନିଜ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପଦକ ଜିତିଛନ୍ତି।ସୂଚନା ଅନୁଯାୟୀ, ଅନୁଷ୍କା ପ୍ରଦର୍ଶିନୀ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ ୨୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ରାଜବୀର ସିଂହ ମଧ୍ୟ ନିଜ ବର୍ଗରେ ଉଲ୍ଲେଖନୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ପଦକ ଜିତିଛନ୍ତି।ଏହି ସଫଳତା ପରେ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉଭୟ ଖେଳାଳିଙ୍କୁ ଅଭିଭାବକ, ପ୍ରଶିକ୍ଷକ ଏବଂ ବିଭିନ୍ନ ମହଳରୁ ଅଭିନନ୍ଦନର ସୁଅ ଛୁଟିଛି।ଏହି କୃତିତ୍ୱ କୋରାପୁଟ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ନୂତନ ଉତ୍ସାହ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବାକୁ ସମସ୍ତେ ଆଶା ପ୍ରକାଶ କରିଛନ୍ତି।ରିପୋର୍ଟ: ଚନ୍ଦନ ପ୍ରସାଦଇନଫର୍ମେସନ ମିଡିଆ, କୋରାପୁଟ