ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ, ତିନି ଗିରଫ

ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ, ତିନି ଗିରଫ

– ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ, ତିନି ଗିରଫ l

ଆର, ଉଦୟଗିରି (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅଡବା ଥାନା ରାଇପଙ୍କl ନିକଟରେ ଚଢ଼ାଉ କରି ଏକ କାର ସହ 2 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅଡବା ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ରାଇପଙ୍କl ଅଞ୍ଚଳର ଅନ୍ତରାଜ୍ୟ ମାଫିଆ ପ୍ରସନ୍ନ ତାଣ୍ଡି, ମାଣ୍ଡିମେରା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଶ୍ରୀକାନ୍ତ ମଲ୍ଲିକ ଓ ମିଲନ ମାଝୀ l ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଗିରଫ 3 ଅଭିଯୁକ୍ତ ଏକ କାର ରେ ରାୟଗଡା ଅଞ୍ଚଳରୁ 2 କୁଇଣ୍ଟାଲ ଗଞ୍ଜେଇ ନେଇ ଉତ୍ତରପ୍ରଦେଶ କୁ ଚାଲାଣ କରୁଥିଲେ l ବିଶେଷ ସୂତ୍ରରୁ ଖବର ପାଇ ରାଇପଙ୍କl ନିକଟରେ ପୋଲିସ ଚଢ଼ାଉ କରି କାର ସହ ଗଞ୍ଜେଇ ଜବତ କରିଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କା ଥିବାବେଳେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ରା.ଉଦୟଗିରି ଏସଡିପିଓ କହିଛନ୍ତି l