ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ, ୨୬ ଜୁଆଡ଼ି ଗିରଫ

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ, ୨୬ ଜୁଆଡ଼ି ଗିରଫ

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ, ୨୬ ଜୁଆଡ଼ି ଗିରଫ

ସୁନ୍ଦରଗଡ଼, ୧ ଜୁନ: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଥାନା ଅନ୍ତର୍ଗତ ଓଡ଼ିଶା-ଛତିଶଗଡ଼ ସୀମାନ୍ତର ଜାମଝରିଆ ଜଙ୍ଗଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୁଲିସ ବିଳମ୍ବିତ ରାତିରେ ଚଢ଼ାଉ କରି ୨୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ନଗଦ, ୩ଟି ଦାମୀ କାର୍, ୯ଟି ମୋଟରସାଇକେଲ୍ ଓ ୩୧ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।ପୁଲିସ ସୂଚନା ଅନୁସାରେ, ଜାମଝରିଆ ଜଙ୍ଗଲରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ଏସପି ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଅତିରିକ୍ତ ଏସପି ଶାନ୍ତା ନୂତନ ସାମଦ, ଏସଡିପିଓ ନିର୍ମଳ ମହାପାତ୍ର, ହେମଗିର ପୁଲିସ ଏବଂ ସଶସ୍ତ୍ର ପୁଲିସ ବଳ ମିଳିତ ଭାବେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ପୁଲିସକୁ ଦେଖି କିଛି ଜୁଆଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ସେମାନଙ୍କୁ ଗୋଡ଼ାଇ ଧରି ୨୬ ଜଣଙ୍କୁ କାବୁ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ: ଚନ୍ଦନ ପ୍ରସାଦ,