ଗଞ୍ଜାମ ଜିଲ୍ଲା ପଙ୍କଳବାଡି ଛକରେ ନାହିଁ ପାନୀୟ ଜଳର ବ୍ୟବସ୍ଥା

ଗଞ୍ଜାମ ଜିଲ୍ଲା ପଙ୍କଳବାଡି ଛକରେ ନାହିଁ ପାନୀୟ ଜଳର ବ୍ୟବସ୍ଥା

ଗଞ୍ଜାମ ଜିଲ୍ଲା ପଙ୍କଳବାଡି ଛକରେ ନାହିଁ ପାନୀୟ ଜଳର ବ୍ୟବସ୍ଥା (ଅଭିଯୋଗ ଆଣିଲେ ଗ୍ରାମବାସୀ) ବୁଗୁଡ଼ା ୩୧/୦୫/୨୬ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କୁ ଶୀତଳ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ଳକ ଜରିଆରେ ବିଭିନ୍ନ ଗ୍ରାମରେ ଦେବାପାଇଁ ବ୍ୟବସ୍ଥା ରହିଅଛି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର ପଙ୍କଳବାଡି ଗ୍ରାମର ଛକଠାରେ। ଏହି ଗ୍ରାମଟି ବୁଗୁଡ଼ା ଓ ବାଲିପଦର ମୁଖ୍ୟ ସଡ଼କ ପାଶ୍ୱରେ ଥିବା ବେଳେ ଏହି ଗ୍ରାମର ଛକରେ ପାଞ୍ଚ ସାତ ଖଣ୍ଡ ଗ୍ରାମର ଲୋକମାନେ ବସ, ବାଇକ୍ ଓ ବିଭିନ୍ନ ଯାନବାହାନ ଦ୍ବାରା ଯିବା ଆସିବା କରନ୍ତି। ମୁଖ୍ୟତଃ ଯାତ୍ରୀବାହୀ ବସରେ ଯିବାପାଇଁ ହେଲେ ଗ୍ରାମର ଛକରେ ଅପେକ୍ଷା ଓ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ସେଠାରେ ଥିବା ଯାତ୍ରୀ ବିଶ୍ରାମଗାର ଓ ଗଛ ଛାଇ ଚଟାଣରେ ବିଶ୍ରାମ ନିଅନ୍ତି। ଗ୍ରାମର ଏଠାରେ ପ୍ରତିବର୍ଷ ଗ୍ରୀଷ୍ମ କାଳ ସମୟରେ ପାନୀୟ ଜଳ ଯୋଗାଣ ପଞ୍ଚାୟତ ଦ୍ଵାରା କରାଯାଇଥିଏ। ଗ୍ରାମର ଲୋକମାନଙ୍କ କହିବା ଅନୁସାରେ ଏହି ବର୍ଷ ସେହି ପରି ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ଏହି ବର୍ଷ ସବୁଠାରୁ ଅଧିକ ଗ୍ରୀଷ୍ମ ପ୍ରବାହର ସମୁଖୀନ କରୁଛନ୍ତି। ଏଠାରେ ପ୍ରତିବର୍ଷ ହେଉଥିବା ପାନୀୟ ଜଳ ଯୋଗାଣ ପାଇବାରୁ ବଞ୍ଚିତ ହୋଇଛନ୍ତି। କେଉଁ କାରଣରୁ ଏଠାରେ ଜନସାଧାରଣ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଯୋଗାଣର ବନ୍ଦୋବସ୍ତ ହୋଇପାରିଲା ନାହିଁ ଏଥିପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାବାଜୀ ବେହେରା, ସନ୍ତୋଷ ସ୍ବାଇଁ, ଲକ୍ଷ୍ମଣ ବିଷୋୟୀ, ରାମଚନ୍ଦ୍ର ସ୍ବାଇଁ, ବୁଲୁ ପ୍ରଧାନ,ବାଦଲ ଜେନା ସମେତ ବହୁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ