ମହେନ୍ଦ୍ର ମେଳା ପାଇଁ ଚଳଚଞ୍ଚଳ ମହେନ୍ଦ୍ରଗିରି : ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି ।
ଗଜପତି,(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ପୀଠ ମହେନ୍ଦ୍ରଗିରିରେ ଆରମ୍ଭ ହେବାକୁ ଯାଉଛି ମହେନ୍ଦ୍ର ମେଳା। ଜୁନ୍ ପହିଲାରୁ ନଅ ଦିନ ଧରି ଏହି ମହା ଆଧ୍ୟାତ୍ମିକ ମହୋତ୍ସବ ଆୟୋଜିତ ହେବ । ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ପୀଠ ମହେନ୍ଦ୍ରଗିରିରେ ଆରମ୍ଭ ହେବାକୁ ଯାଉଛି ମହେନ୍ଦ୍ର ମେଳା। ଜୁନ୍ ପହିଲାରୁ ନଅ ଦିନ ଧରି ଏହି ମହା ଆଧ୍ୟାତ୍ମିକ ମହୋତ୍ସବ ଆୟୋଜିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ଖୋଦ୍ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମଗ୍ର ବ୍ୟବସ୍ଥାର ତଦାରଖ କରୁଛନ୍ତି । ତେବେ ଏହି ମେଳାକୁ ନେଇ କିଛି ସ୍ଥାନୀୟ ବିରୋଧ ମଧ୍ୟ ସାମ୍ନାକୁ ଆସିଛି।ଭାରତ ସରକାରଙ୍କ ରାମାୟଣ ସାରକିଟ୍ରେ ସ୍ଥାନ ପାଇଥିବା ପୌରାଣିକ କ୍ଷେତ୍ର ମହେନ୍ଦ୍ରଗିରି ଏବେ ମହେନ୍ଦ୍ର ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଜୁନ୍ ୧ ରୁ ୯ ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ମେଳାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । କଳସ ଯାତ୍ରା, ମହାଯଜ୍ଞ, ଅନ୍ନଯଜ୍ଞ ଓ ଅହୋରାତ୍ର ନାମ ସଙ୍କୀର୍ତ୍ତନ ଭଳି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମହେନ୍ଦ୍ରଗିରି ଗସ୍ତ କରି ପ୍ରସ୍ତୁତି କାମର ସମୀକ୍ଷା କରିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିବହନ, ପାଣି, ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ମହେନ୍ଦ୍ର ମେଳାକୁ ନେଇ କିଛି ସଂଗଠନ ବିରୋଧ କରୁଛନ୍ତି । ସେମାନଙ୍କ ସହ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି ମନ୍ତ୍ରୀ। ସମସ୍ତଙ୍କୁ ସାମିଲ କରି ଶାନ୍ତି ଶୃଙ୍ଖଳାର ସହ ମେଳା ଆୟୋଜନ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମହେନ୍ଦ୍ରଗିରିର ଐତିହ୍ୟ, ଆଧ୍ୟାତ୍ମିକତା ଓ ପର୍ଯ୍ୟଟନ ସମ୍ଭାବନାକୁ ଆଉ ଅଧିକ ପ୍ରଚାରିତ କରିବା ଲକ୍ଷ୍ୟରେ ଏହି ମହେନ୍ଦ୍ର ମେଳାକୁ ଏଥର ଭବ୍ୟ ଆକାର ଦିଆଯାଉଛି । ସମସ୍ତ ବିବାଦର ସମାଧାନ କରି ପ୍ରଶାସନ ଏହି ପ୍ରୟାସକୁ କେତେ ସଫଳ କରୁଛି ତାକୁ ଅପେକ୍ଷା ।
