ଲୋକଓ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚା ରେ ଗୁମ୍ମା ବିଡ଼ିଓ।

ଲୋକଓ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚା ରେ ଗୁମ୍ମା ବିଡ଼ିଓ।

ଲୋକଓ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚା ରେ ଗୁମ୍ମା ବିଡ଼ିଓ।

ଗଜପତି ( ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି ଅଞ୍ଚଳବାସୀଙ୍କୁ ଦୁର୍ବ୍ୟବହାର କରିବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ଗୁମ୍ମା ବ୍ଲକ ଅନ୍ତର୍ଗତ କିଛି ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ମାସ ମାସ ଧରି ସହାୟତା ମିଳୁ ନ ଥିବାରୁ ସକାଳୁ ପ୍ରାୟ ସାଢ଼େ ଛଅଟା ବେଳୁ ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ପହଞ୍ଚି ଥିଲେ। ବିଡ଼ିଓ ମହାଶୟଙ୍କ ଚାମ୍ବର ରେ ଲାଇଟ୍ ଜଳୁଥିବା ସହ ଫ୍ୟାନ ଚାଲୁଥିବା ଲକ୍ଷ କରାଯାଇଥିଲା। କିନ୍ତୁ ପ୍ରାୟ ତିନି ଘଣ୍ଟା ପରେ ମଧ୍ଯ ବିଡ଼ିଓ ସକାଳୁଆ ଅଫିସ୍ ଥିବା ସତ୍ତ୍ୱେ ପହଞ୍ଚି ନଥିବା ହେତୁ ପ୍ରବଳ ଖରା ଉତ୍ତାପ ସହ୍ୟ ନ କରିପାରି ବିଡିଓ ଙ୍କ ଆବାସିକ ଅଫିସ୍ ର ଦ୍ୱାରସ୍ଥ ହୋଇ ଗୁହାରୀ ଶୁଣିବାକୁ ନିଵେଦନ କରିଥିଲେ। କିନ୍ତୁ ବିଡ଼ିଓ ଅଫିସ୍ ରେ ହିଁ ଅଭିଯୋଗ ଶୁଣିବେ ବୋଲି କହିଥିଲେ। ଏତିକି ବେଳେ ଉପସ୍ଥିତ ସାମ୍ବାଦିକ ନିରୋଜ କୁମାର ଷଡ଼ଙ୍ଗୀ ବିଡ଼ିଓ ଙ୍କୁ ସକାଳୁଆ ଅଫିସ୍ ସମୟରେ ଆପଣ କାହିଁକି ଅଫିସ ଆସିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଉତ୍ତର ରେ ବିଡ଼ିଓ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କର ବୋଲି କହିଥିଲେ। ପୁର୍ବରୁ ମଧ୍ଯ ପାନୀୟ ଜଳ ସମସ୍ୟା ପାଇଁ ଆସିଥିବା ଅଞ୍ଚଳବାସୀଙ୍କୁ ମୋ ଡ୍ର ରେ ପାଣି ନାହିଁ, ମୁ ପାଣି ଦେଇ ପାରିବି ନାହିଁ। ମନ୍ଥା ବାତ୍ୟା ସମୟରେ ଭୂସ୍ଖଳନ ନେଇ ଆଦିବାସୀ ଅଧ୍ୟୁଷିତ ଲୋକଙ୍କୁ ସହାୟତା ପରିବର୍ତ୍ତେ ପାହାଡ ଉପରେ ରହିଲେ ଏପରି ହିଁ ସମସ୍ୟା ହେବ ବୋଲି କହିଥିବା ଉଦାହରଣ ରହିଛି। ଅଦିନିଆ ବର୍ଷାରେ ଭୂସ୍ଖଳନ ସମୟରେ ରାସ୍ତା ଅବରୋଧ ହଟାଇଥିବା ଜେସିବି ମେସିନ ଓ ଟ୍ରାକ୍ଟର ବିଲ୍ ମଧ୍ୟ ଏପର୍ଯ୍ୟନ୍ତ ପୈଠ ନ ହୋଇଥିବା ସୂଚନା ମିଳିଛି। ହରିଶ୍ଚନ୍ଦ୍ର ସହାୟତା ପାଇଁ କମଳ ସୁନ୍ଦର ଆନନ୍ଦ, ଯୋଶେଫ ସିଂ ଏବଂ ଦୀପକ୍ ପାଣି ପ୍ରମୂଖ ଉପସ୍ଥିତ ଥିଲେ।