ଅନୁଗୁଳ ଠାରେ ୭୯ତମ ରାଜ୍ୟ ପୋଲିସ କବାଡ଼ି ଓ ୧୧ତମ ହ୍ୟାଣ୍ଡବଲ୍ ଚାମ୍ପିୟନଶିପ୍ ଉଦଯାପିତ
ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ୭୯ତମ ଓଡ଼ିଶା ରାଜ୍ୟ ପୋଲିସ କବାଡ଼ି ଏବଂ ୧୧ତମ ହ୍ୟାଣ୍ଡବଲ୍ ଚାମ୍ପିୟନସିପ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଆଇଜିପି (ଉତ୍ତର-କେନ୍ଦ୍ରାଞ୍ଚଳ, ତାଳଚେର) ଶ୍ରୀ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ରୀଡ଼ାବିତ ଓ ବିଜେତା ଦଳଗୁଡ଼ିକୁ ପୁରସ୍କୃତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହି ଚାମ୍ପିୟନସିପ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲା, ବାଟାଲିଅନ ଓ ପୋଲିସ ପ୍ରତିଷ୍ଠାନରୁ କବାଡ଼ି ପାଇଁ ୧୬ଟି ଏବଂ ହ୍ୟାଣ୍ଡବଲ୍ ପାଇଁ ୯ଟି ଦଳର ଶତାଧିକ କ୍ରୀଡ଼ାବିତ୍ ଭାଗ ନେଇଥିଲେ।
ଅନୁଗୁଳ ଏସପି ଶ୍ରୀ ରାହୁଲ ଜୈନଙ୍କ ସମେତ ଅନେକ ନିମନ୍ତ୍ରିତ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ, କାର୍ଯ୍ୟରତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
