ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ

ରାୟଗଡ( info media): ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ ସମ୍ମାନ ଓ ସ୍ୱୀକୃତି ସମାରୋହ ରାୟଗଡାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଓଏଭି,ବିଦ୍ୟାଳୟ, ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେଥିସହ ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ପ୍ରଧାନଶିକ୍ଷକ, ସାମାଜିକ କର୍ମୀ, ଉଦୀୟମାନ ଉଦ୍ୟୋଗୀ ଓ ବର୍ଷର ଶ୍ରେଷ୍ଠ ଶିକ୍ଷାବିଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ପରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସ୍ଥାନୀୟ ମ୍ୟୁଜିକ ଗାଲାକ୍ସିର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବନ୍ଦେ ମାତରଂ ପରିବେଷଣ ସହ ସମସ୍ତ ଅତିଥି ମାନେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମରେ ଲେଖାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ଉପ-ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଯୋଗଦେଇ କହିଥିଲେ ଯେ, ଆଜିର ଯୁଗରେ କେବଳ ପାଠ୍ୟଶିକ୍ଷା ପର୍ଯ୍ୟାପ୍ତ ନୁହେଁ, ବରଂ କୌଶଳ ଭିତ୍ତିକ ଶିକ୍ଷା ଯୁବପିଢ଼ିକୁ ଆତ୍ମନିର୍ଭରଶୀଳ କରିପାରିବ । ସେ କହିଥିଲେ ଯେ, ଯୁବମାନେ ଦକ୍ଷତା ଓ ନବଚିନ୍ତନକୁ ଆଧାର କରି ନିଜ ଭବିଷ୍ୟତ ଗଢ଼ିବା ଉଚିତ ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏଡିଏମ୍ ଶ୍ରୀ ନବୀନ ନାୟକ କହିଥିଲେ ଯେ, ଶିକ୍ଷା ସହ କୌଶଳ ଓ ଉଦ୍ୟୋଗୀତା ଯୁବସମାଜକୁ ସଫଳତାର ଶିଖରକୁ ନେଇଯିବ । ସେ ଛାତ୍ରଛାତ୍ରୀଙ୍କୁ ନୂତନ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସହ ଆଗେଇବାକୁ ପ୍ରେରିତ କରିଥିଲେ ।ସେଞ୍ଚୁରିଅନ ୟୁନିଭର୍ସିଟିର ଡିନ୍ ଡଃ ସମ୍ବିତ ସ୍ୱାଇଁ କହିଥିଲେ ଯେ, କୌଶଳ ଭିତ୍ତିକ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ଚାକିରି ସହ ନିଜେ ଉଦ୍ୟୋଗୀ ହୋଇପାରିବେ । ଡିନ୍ ଡଃ ପ୍ରଫୁଲ୍ଲ ପଣ୍ଡା କହିଥିଲେ ଯେ, ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମନୋବଳ ଓ ଦକ୍ଷତାର ବିକାଶ ।ପ୍ରଖ୍ୟାତ ଶିକ୍ଷାବିଦ୍ ଡଃ ଦୁଷ୍ମନ୍ତ ମହାନ୍ତି କହିଥିଲେ ଯେ, ଶିକ୍ଷାକୁ ଯଦି କୌଶଳ ଓ ସାମାଜିକ ଦାୟିତ୍ୱ ସହ ଯୋଡ଼ାଯାଏ, ତେବେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ । ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରାଜେଶ କୁମାର ପାଢ଼ୀ କହିଥିଲେ ଯେ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବା ହିଁ “କୌଶଳ ସାଥୀ”ର ପ୍ରମୁଖ ଲକ୍ଷ୍ୟ ।ସିକ୍ୟୁ ଫାଉଣ୍ଡେସନର ପ୍ରବନ୍ଧ ନିର୍ଦ୍ଦେଶକ ରାକେଶ ପାଢ଼ୀ କହିଥିଲେ ଯେ, ସମାଜରେ ଥିବା ପ୍ରତିଭାମାନଙ୍କୁ ଖୋଜି ସମ୍ମାନିତ କରିବା ଓ ସେମାନଙ୍କୁ ଆଗକୁ ଆଣିବା ହେଉଛି ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ । ତାଙ୍କ ଅଧ୍ୟକ୍ଷତାରେ କୌଶଳ, ଉଦ୍ୟୋଗୀତା ଓ ଶିକ୍ଷାକୁ ନେଇ ଏକ ଖୋଲା ଆଲୋଚନା ସଭା ମଧ୍ୟ ସଫଳତାର ସହ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ୮ଟି ଗ୍ରାମୀଣ ବିଦ୍ୟାଳୟକୁ “ରୁରାଲ କଣ୍ଟ୍ରିବ୍ୟୁଟର” ବର୍ଗରେ ସମ୍ମାନିତ କରାଯାଇଥିଲା । ମଧ୍ୟଭାଗରେ ଡଃ ରାଜେଶ କୁମାର ପାଢ଼ୀ ଓ ଓଲିଉଡ଼ର ପ୍ରଖ୍ୟାତ ଗାୟିକା ଅସୀମା ପଣ୍ଡାଙ୍କ “ଜୟ ଜଗନ୍ନାଥ ହରେ” ନାମକ ଏକ ଆଧ୍ୟାତ୍ମିକ ଅଡିଓ ଆଲବମ୍‌ର ଉନ୍ମୋଚନ ହୋଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଭାବବିହ୍ୱଳ କରିଥିଲା । ପୂର୍ଣ୍ଣମାତ୍ରାରେ ଉପସ୍ଥିତ ମାତାପିତା, ଅଭିଭାବକ, ଛାତ୍ରଛାତ୍ରୀ , ଶିକ୍ଷକଶିକ୍ଷିକା ମଧ୍ୟରେ ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟକ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିବାରୁ ପରିବେଶ ଉତ୍ସାହ ଓ ଆନନ୍ଦରେ ମୁଖରିତ ହୋଇଉଠିଥିଲା । ପରିଶେଷରେ ନର୍ସିଙ୍ଗ ପ୍ରିନସିପାଲ ଡ଼ଃ ଉର୍ମିଳା କାଟରୁ ଧନ୍ୟବାଦ ଜଣେଇ ସଭାର ପରିସମାପ୍ତି ଘୋଷଣା କରିଥିଲେ.ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ