ମାଝୀଗୁଡା ମଣ୍ଡଳରେ ‘ଜନ ଆକ୍ରୋଶ ମହିଳା ସମାବେଶ’:

ମାଝୀଗୁଡା ମଣ୍ଡଳରେ 'ଜନ ଆକ୍ରୋଶ ମହିଳା ସମାବେଶ':

ମାଝୀଗୁଡା ମଣ୍ଡଳରେ ‘ଜନ ଆକ୍ରୋଶ ମହିଳା ସମାବେଶ’: ବିରୋଧୀଙ୍କ ମହିଳା ବିରୋଧୀ ମନୋଭାବ ବିରୁଦ୍ଧରେ ସ୍ୱର ଶାଣିତ ରାୟଗଡ( info media)ଭାରତୀୟ ଜନତା ପାର୍ଟି ପକ୍ଷରୁ କେସିଙ୍ଗପୁର ବ୍ଲକ ର ଶିକାରପାଇ ଠାରେ ଆ ମାଝୀଗୁଡା ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ‘ଜନ ଆକ୍ରୋଶ ମହିଳା ସମାବେଶ’ ମାଝୀଗୁଡା ମଣ୍ଡଳ ସଭାପତି ଅନିଲ କୁମାର ଜାଡି ଙ୍କ ପ୍ରତକ୍ଷ୍ୟ ତ୍ୱାତାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳର ପଦାଧିକାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା, ବିଜେପି ସମର୍ଥକ ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ରଜିତା କୋରଡ଼ାଙ୍କ ସମତେ ଶତାଧିକ ବିଜେପି ମହିଳା କର୍ମୀ ମନେ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଜ଼ିଲ୍ଲା ବିଜେପି ମହିଳା ସଭାନେତ୍ରୀ ରୋଜିତା କୋରଡ଼ା ନିଜ ବକ୍ତବ୍ୟ ରେ କହିଥିଲେ ଜେ ନାରୀ ଶକ୍ତିର ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ମୋଦୀ ସରକାର ଆଣିଥିବା ଐତିହାସିକ ମହିଳା ସଂରକ୍ଷଣ ବିଲ୍’ କୁ କଂଗ୍ରେସ ସମେତ ବିରୋଧୀ ଦଳମାନଙ୍କ ବିରୋଧ ମହିଳା ସଶକ୍ତିକରଣ ପ୍ରତି ସେମାନଙ୍କର ନକାରାତ୍ମକ ମନୋଭାବକୁ ପ୍ରକାଶ କରିଛିବୋଲି lଏହାର ପ୍ରତିବାଦରେ ମାଝୀଗୁଡା ମଣ୍ଡଳର ଶତାଧିକ ମା’ ଓ ଭଉଣୀମାନେ ରାଜରାସ୍ତାକୁ ଓହ୍ଲାଇ ନିଜ ଆକ୍ରୋଶ ପ୍ରକାଶ କରିଥିଲେ। ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ମହିଳା ବିରୋଧୀ ରାଜନୀତି ବିରୁଦ୍ଧରେ ଦୃଢ଼ ସନ୍ଦେଶ ଦିଆଯାଇଥିଲା ଓ ନାରୀ ସମ୍ମାନ ପାଇଁ ଲଢ଼େଇ ଜାରି ରହିବବୋଲି ମଣ୍ଡଳ ସଭାପତି ଜାଡି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ