କୁମାରି ଅନନ୍ୟା ପଧାନ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ+୨ ପରୀକ୍ଷା ୫୩୭ ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମ ର କୁମାରୀ ଅନନ୍ୟା ପଧାନ ସଦ୍ୟ ପ୍ରକାଶିତ +୨ ପରୀକ୍ଷା ଫଳାଫଳରେ ବିଜ୍ଞାନରେ ସର୍ବମୋଟ ୫୩୭ ମାର୍କ ଆଣି ଅଞ୍ଚଳର ଗୌରବ ପାଲଟିଛନ୍ତି। ପ୍ରକାଶଯୋଗ୍ୟ କି, କୁମାରୀ ଅନନ୍ୟା ପଧାନ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ଅଶ୍ବିନୀ ପଧାନ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ ଙ୍କ ଝିଅ ଅଟନ୍ତି । ସେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାୟନରତ ଥିଲେ । ନିୟମିତ ଭାବେ ଶୃଙ୍ଖଳିତ ପାଠ ପଢ଼ା ସାଙ୍ଗେ ସାଙ୍ଗେ ପିତାମାତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କ ଉଚିତ ମାର୍ଗଦର୍ଶନ କୁ ପାଥେୟ କରି ସେ ଏପରି ସଫଳତା ହାସଲ କରିଥିବା ଅନନ୍ୟା କୁହନ୍ତି । ତାଙ୍କ ଇଂରାଜୀ ବିଷୟରେ ୧୦୦ ରୁ ୧୦୦ମାର୍କ ଆଣିବା ବିଷୟରେ ପଚାରିବାରୁ ଇଂରାଜୀ ଭାଷା ପ୍ରତି ତାଙ୍କ ଅତ୍ୟଧିକ ରୁଚି ଥିବା କଥା ସେ କହିଥିଲେ । ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ଏହା ହିଁ ଈଶ୍ବରଙ୍କ ଠାରେ ପ୍ରାର୍ଥନା ।
