ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପୋଲସରା ଓ ବୁଗୁଡ଼ା ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପୋଲସରା ଓ ବୁଗୁଡ଼ା ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପୋଲସରା ଓ ବୁଗୁଡ଼ା ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ପୋଲସରା/ବୁଗୁଡ଼ା ୨୨/୦୫/୨୬ ପ୍ରିୟ ନେତା ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ନବ ଗଠିତ ଭଞ୍ଜନଗର (ଘୁମୁସର) ସାଙ୍ଗଠନିକ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୋଲସରା ଓ ବୁଗୁଡ଼ା ବ୍ଲକର ଯୁକ୍ତ ଦୁଇ ପରୀକ୍ଷା ବିଜ୍ଞାନରେ ବ୍ଲକ୍ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶଶିକଳା ବିଜ୍ଞାନ କଲେଜରେ ଶିକ୍ଷା ଗ୍ରହଣ କରିଥିବା ପୋଲସରା ସହରର ଅନ୍ବେଷା ମିଶ୍ର ୬୦୦ ମାର୍କରୁ ୫୫୧ ନଂ ଶତକଡ଼ା ୯୧.୯୯% ରଖି ସମଗ୍ର ପୋଲସରା ବ୍ଲକରେ ଟପର ହୋଇଛନ୍ତି, ସେହିପରି ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ରାକେଶ ବିଷୋୟୀ ୫୫୮ ନଂ ଶତକଡ଼ା ୯୩% ରଖି ବୁଗୁଡ଼ା ବ୍ଲକ ଟପର ହୋଇଛନ୍ତି, ଏବଂ ସିଦ୍ଧିପୁର ଗ୍ରାମର କମା ପ୍ରଧାନ ଙ୍କ ପୁତ୍ର ଜିତ କୁମାର ପ୍ରଧାନ +2 କଳାରେ ୫୨୭ ନଂ ଶତକଡ଼ା ୮୭ ପ୍ରତିଶତ ରଖି ବ୍ଳକ ଟପ୍ପର ହୋଇଛନ୍ତି। ସମସ୍ତଙ୍କର ବାସଭବନକୁ ଯାଇ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ