ଗଞ୍ଜାମ ଜିଲ୍ଲା ରାଜଶ୍ରୀ ବଳାସି ସମାଜର ବାର୍ଷିକ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ।
ପୋଲସରା ୨୦/୦୫/୨୬ ରାଜଶ୍ରୀ ବଳାସି ସମାଜର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ୨୦୨୬ ଉଦଯାପିତ ହୋଇଯାଇଛି। ଅଭ୍ୟର୍ଥନା ପରିଷଦର ସଭାପତି ଭଗବାନ ସାହୁଙ୍କ ସଭାପତିତ୍ୱରେ ସମାଜର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥାନ ଗ୍ରହଣ, ସମୀକ୍ଷକ ମଣ୍ଡଳୀ ଓ କେନ୍ଦ୍ର ପରିଷଦର ବିବରଣୀ ପଠନ,ଆୟ ବେୟ ହିସାବ ପ୍ରଦାନ, ସାଙ୍ଗଠନିକ ଆଲୋଚନା ଓ ଅଭିଯୋଗ ବିଚାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗଜପତି ଓ ସୁରଙ୍ଗି ମଣ୍ଡଳ ସଦସ୍ୟ ଯୋଗଦେଇଥିବା ବେଳେ ଖେମୁଣ୍ଡି ମଣ୍ଡଳର କୌଣସି ସଦସ୍ୟ ଆସିନଥିଲେ। ଉଦଯାପିତ ଦିବସରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ,ପୂର୍ବତନ ବିଧାୟକ ପୁତ୍ର ଦୀପକ ପ୍ରଧାନ, ମାଳ ତେନ୍ତୁଳିଆ ସମିତି ସଭ୍ୟା ସଞ୍ଜୁକ୍ତା ପ୍ରଧାନ,ବିଜେପି ଜିଲ୍ଲା ସମ୍ପାଦକ ପୃଥିବୀରାଜ ମହାପାତ୍ର, ପୂର୍ବତନ ବିଧାୟକ ପୁତ୍ର ନଚିକେତା ସ୍ୱାଇଁ ଯୋଗଦେଇ ସମାଜର ଗୌରବ ଗାରିମା ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରାଜଶ୍ରୀ ବଳାସି ସମାଜକୁ ପର୍ଯ୍ୟାୟ କ୍ରମେ ଓବିସି କରିବା ପାଇଁ ପ୍ରସ୍ତୁତି ଚାଲିଛି,ଜାତୀୟ ଓବିସି କେନ୍ଦ୍ର କାର୍ଯ୍ୟାଳୟକୁ ମୁଁ ସ୍ବତନ୍ତ୍ର ଭାବେ ଚିଠି ଲେଖିଛି।ଅର୍ଥ, ସ୍ବାର୍ଥ ସହିତ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଜାତି ଆଗକୁ ଯାଇ ପାରିବ ଏବଂ ଆପଣଙ୍କ ଜାତିର ଛାତ୍ରଛାତ୍ରୀ ପଡିବା କ୍ଷେତ୍ରରେ ଅକ୍ଷମ ଜଦି ଅଛନ୍ତି ତାହେଲେ ଏଥିରେ ମୋତେ ସେବା କରିବା ପାଇଁ ସୁଯୋଗ ଦେବା ନେଇ ପ୍ରକାଶ କରିଥିଲେ। ଏହାସହିତ ଜିଲ୍ଲା ପରିଷଦ ସଭ୍ୟ ବଳରାମ ସାହୁ,ଆସିକା ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁଧର ସାହୁ,ରାଜଶ୍ରୀ ବଳାସି ସମାଜର କେନ୍ଦ୍ର ସଭାପତି ଚନ୍ଦ୍ରଶେଖର ସାହୁ,ଉପସଭ ସୁମନ୍ତ ସାହୁ, ସମ୍ପାଦକ ଭଗବାନ ପ୍ରଧାନ, ଯୁଗ୍ମ ସମ୍ପାଦକ କାଳୁ ଚରଣ ସାହୁ, ସହ ସମ୍ପାଦକ ରାଧାମାଧବ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ସାହୁ,ନାୟକ ବିକ୍ରମ ସାହୁ, ପାତ୍ର ସଞ୍ଜୟ ସାହୁ,ହରିହର ପ୍ରଧାନ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନ ସମେତ ସମାଜର ଅନ୍ଯ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଏହି ଉଦଯାପିତ ଦିବସ ଅବସରରେ ସମାଜର ଛାତ୍ରଛାତ୍ରୀ ମାନଙ୍କୁ ରାଜଶ୍ରୀରତ୍ନ ଓ ଗୌରବ ସମ୍ମାନରେ ସମ୍ମାନିତ ଏବଂ ଏକ ମାଗଣା ଚକ୍ଷୁ ଓ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରି ୪୦ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ଓ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସମ୍ମିଳନୀ ଉଦଯାପିତ ଓ ଧ୍ବଜା ଅବତରଣ କରାଯାଇଥିବା ବେଳେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିବା ସମାଜର ସମସ୍ତ ସଦସ୍ୟଙ୍କ ଅଭ୍ୟର୍ଥନା ପରିଷଦର ସମ୍ପାଦକ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।ରଘୁନାଥ ପ୍ରଧାନ, ଅଭିମନ୍ୟୁ ପ୍ରଧାନ,ସଞ୍ଜୟ ସାହୁ,ଡି ସୁଶାନ୍ତ କୁମାର ସାହୁ, ରାଜିବ ସାହୁ, ପ୍ରଦୀପ କୁମାର ସାହୁ, ଲିଙ୍ଗରାଜ ସାହୁ, ଗନ୍ଧର୍ବ ସାହୁ, ନାରାୟଣ ସାହୁଙ୍କ ସହ ସମାଜର ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
