ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ନିମନ୍ତେ ରାଜନେତ୍ରୀ ଙ୍କ ସହିତ ସାଧାରଣ ମହିଳା ଙ୍କ ବିଭିନ୍ନ ମନ୍ଦିରରେ ଭିଡ଼
ରାୟଗଡ(info media.) ହାତରେ ଭୋଗ ମନରେ ଉତ୍ସାହ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ, ପୂଜାମଣ୍ଡପ, ସ୍କୁଲ ଆଗରେ ସଧବା ମହିଳାଙ୍କ ଭିଡ଼ । ସ୍ୱାମୀଙ୍କ ଜୀବନ ଦୀର୍ଘାୟୁ କାମନା ପାଇଁ ଓଡିଶା ର ପୁରପଲି ଓ ସହର ଓ ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନର ସଧବା ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାରରେ ବିଭିନ୍ନ ମନ୍ଦିରରେ ପୂଜା କରି ମନାସୁଛନ୍ତି ସ୍ୱାମୀର ମଙ୍ଗଳ । ସ୍ୱାମୀର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ମାବାସ୍ୟାରେ ଏହି ବ୍ରତ ପାଳନ କରାଯାଇଥାଏ । ଆଜୀବନ ସଧବା ରହିବାକୁ ନାରୀ ମାନେ ସାବିତ୍ରୀ, ସତ୍ୟବାନ ଓ ଯମ ଦେବଙ୍କୁ ପୂଜା କରିଥାନ୍ତି। ପବିତ୍ର ସାବିତ୍ରୀ ଅମାବାସ୍ୟାରେ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ବ୍ରୋତାଧାରୀ ମହିଳା ମାନଙ୍କ ଭିଡ଼ ସମାଗମ ହୋଇଥିଲା ।ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଘରେ ସ୍ୱାମୀଙ୍କୁ ପୂଜା କରି ଦିନ ତମାମ ଫଳ ଆହାର ଭୋଗ ଅର୍ପଣ କରିଛନ୍ତି । ଅନ୍ୟ ପଟେ ରାୟଗଡ ଜ଼ିଲ୍ଲା ସଦର ବ୍ଲକ ରାୟଗଡ ମହକୁମାର ଇନ୍ଦିରାନାଗାର ପ୍ରାଥମିକ ସ୍କୁଲ,ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଦଧିବାମନ ମନ୍ଦିର ସମେତ ବିଭିନ୍ନ ଦେବାଳୟ ପୀଠରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସମୟ ଗଡ଼ିବା ଶହ ଯୁଗ ମଧ୍ୟ ବଦଳୁଛି। ହେଲେ ବଦଳି ନାହିଁ ପରମ୍ପରା। ଯାହାର ନିଆରା ଉଦାହରଣ ଅଭିଭକ୍ତ କୋରାପୁଟ ଜିଲ୍ଲା ଓ ରାୟଗଡ ଜ଼ିଲ୍ଲା ରେ ଦେଖିବାକୁ ମିଳିଛି । ଉନ୍ନବିଂଶ ଶତାବ୍ଦୀ ଠାରୁ ଆଜି ପର୍ଯ୍ୟନ୍ତ ପୁରାତନ ପରମ୍ପରା ଅନୁସାରେ ଏଠାରେ ପାଳିତ ହୋଇ ଆସୁଛି ଏହି ସାବିତ୍ରୀ ବ୍ରତ। ଏଠାରେ ମା ‘ସାବିତ୍ରୀ ସତ୍ୟବାନ ପୀଠରେ ବ୍ରତ ପାଳନ କରିଥାନ୍ତି ବ୍ରତଧାରୀ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
