କୁନ୍ଦୁଲୀସ୍ଥିତ ଗୁରୁକୁଳ ଆଶ୍ରମରେ ସଂସ୍କାର ସ୍ବାବଲମ୍ବନ ଲଘୁ ଗୁରୁକୁଳ ଶିବିର ଉଦଯାପିତ। ସେମିଳିଗୁଡା.ତାରିଖ ୧୭-୫-୨୦୨୬-ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମରେ ଏ କ ଚାରି ଦିନିଆ ଗ୍ରୀଷ୍ମକାଳୀନ ସଂସ୍କାର ସ୍ବାବଲମ୍ବନ ଲଘୁ ଗୁରୁକୁଳ ଶିବିର ୧୪,୫,୨୬, ରୁ ୧୭ ,୫,୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ଦଳ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଆଶ୍ରମର ପରିଚାଳନାକମିଟିର ସଭାପତି ଆନନ୍ଦ ପାଟୱାନିଆ, ଉପ ସଭାପତି ସୁନୀଲ ଅଗ୍ରୱାଲ, କାର୍ଯ୍ଯକାରିଣୀ ସଦସ୍ଯ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଯୋଗଦେଇ ଥିଲେ। କୋଷାଧ୍ୟକ୍ଷ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ।ଆଶ୍ରମର ଆଚାର୍ଯ୍ଯ ମନୁଦେବ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏହିପରି ଶିବିର ଆଗକୁ ଆୟୋଜନ କରି ପିଲାମାନଙ୍କୁ ସଂସ୍କାର, ସଂସ୍କୃତି ,ବ୍ୟବହାର,ଆତ୍ମନିର୍ଭରଶୀଳତା ଶିଖାଇବାପାଇଁ ବକ୍ତାମାନେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ହାଲର କର୍ମକର୍ତ୍ତା ଓ କିଟ୍ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ପିଲାମାନଙ୍କୁ ବହି ଖାତା ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଶ୍ରୀମତୀ ପାଟୱାନିଆ, ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ,ଅର୍ଜୁନ ବାଙ୍କା,ଶୁକ୍ରା ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଙ୍କ ଅଭିଭାବକମାନେ ଯୋଗଦେଇ ଥିଲେ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।
କୁନ୍ଦୁଲୀସ୍ଥିତ ଗୁରୁକୁଳ ଆଶ୍ରମରେ ସଂସ୍କାର ସ୍ବାବଲମ୍ବନ ଲଘୁ ଗୁରୁକୁଳ ଶିବିର ଉଦଯାପିତ।
