ରାୟଗଡ ବିଜେପି ର ମହିଳା ଜନ ଆକ୍ରୋଶ ଶୋଭାଯାତ୍ରାରେ ଗଲେ, ବିକ୍ଷୋଭ ପ୍ରଦର୍ଶନ କଲେ

ରାୟଗଡ ବିଜେପି ର ମହିଳା ଜନ ଆକ୍ରୋଶ ଶୋଭାଯାତ୍ରାରେ ଗଲେ, ବିକ୍ଷୋଭ ପ୍ରଦର୍ଶନ କଲେ

ରାୟଗଡ ବିଜେପି ର ମହିଳା ଜନ ଆକ୍ରୋଶ ଶୋଭାଯାତ୍ରାରେ ଗଲେ, ବିକ୍ଷୋଭ ପ୍ରଦର୍ଶନ କଲେ

ରାୟଗଡ (info media)କଂଗ୍ରେସ, ବିଜେଡି ଓ ଇଣ୍ଡି ମେଣ୍ଟ ଦଳର ମହିଳା ବିରୋଧୀ ନୀତିକୁ ନିନ୍ଦା କରି ଭାଜପା ପକ୍ଷରୁ ଦେଶ ବ୍ୟାପି ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା ଆରମ୍ଭ ହୋଇଛି। ଶନିବାର ରାୟଗଡ଼ା ଭାଜପା ପକ୍ଷରୁ ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନଗର ମହିଳା ମୋର୍ଚ୍ଚା ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମହିଳା ମାନେ ଜ୍ୟୋତି ମହଲ ହୋଟେଲ ଛକ ରୁ ହୋଟେଲ କପିଳାସ ପିଳାସ ଛକ ପଦଯାତ୍ରାରେ ବାହାରି ବିରୋଧପ୍ରଦର୍ଶନ କରିଥିଲେ। ନାରୀ ସଂରକ୍ଷଣ ବିଲକୁ ପାରିତ ହେବାରୁ ବଞ୍ଚୁତ କରିଥିବା ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ ଏବଂ କୋରାପୁଟ ଏମ୍‌ପିକ ପିଙ୍କ କୁଶପୁତ୍ତଳିକା ଏହି କାର୍ଯ୍ୟକ୍ରମରେ ଦାହ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲା ସଭାପତି ଗୋପୀ ଆନନ୍ଦ, ନଗର ସଭାପତି ରାଜେଶ ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ମ ସାହୁ, ନଗର ପ୍ରଭାରୀ ଚକ୍ର ବିଡ଼ିକା, ଜିଲା ବିଜେପି ମହିଳା ନେତ୍ରୀ ରଜିତା କୋରଡ଼ା, ସାଧାରଣ ସମ୍ପାଦକ ଅଜୟ ଚୁଲେଟ, ରାଜେଶ ନାଇଡୁ, ଉପସଭାତି ଦେବଗିରି ପଟ୍ଟନାୟକ, .ସାଇ, ରାଜ୍ୟ ଜନଜାତି ମୋର୍ଚ୍ଚାର ଉପ ସଭାପତି ବସନ୍ତ ଉଞ୍ଛାକା, ଏମ୍‌ପି ପ୍ରାର୍ଥୀ କାଳୀ ରାମ ମାଝୀ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସ୍ଲା ପ୍ରମୁଖ ସାମିଲ ହୋଇଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ