ରାଜ୍ୟ କିଶାନ କଂଗ୍ରେସ ର ସଭାପତି ଅଭୟ ସାହୁ କଂ ସହଁରାଟିକରା ମାର୍କେଟ ୟାର୍ଡ଼ ତୋଫାନୀ ଗସ୍ତ।

ରାଜ୍ୟ କିଶାନ କଂଗ୍ରେସ ର ସଭାପତି ଅଭୟ ସାହୁ କଂ ସହଁରାଟିକରା ମାର୍କେଟ ୟାର୍ଡ଼ ତୋଫାନୀ ଗସ୍ତ।

ରାଜ୍ୟ କିଶାନ କଂଗ୍ରେସ ର ସଭାପତି ଅଭୟ ସାହୁ କଂ ସହଁରାଟିକରା ମାର୍କେଟ ୟାର୍ଡ଼ ତୋଫାନୀ ଗସ୍ତ।
ବରଗଡ଼ ୧୫ ୫(ଭବାନୀ ଶଙ୍କର ପାଢ଼ୀ)
ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ର ସହଁରାଟିକରା ମାର୍କେଟ ୟାର୍ଡ଼ ଠାରେ ତାଲମେଣ୍ଡା ଗ୍ରାମ ର ରୋହିତ ଭୋଇ କଂ ୨୨୦ ପାକେଟ ଧାନ ଖରିଫ ଋତୁର ଟୋକନ ଆସି ନାହିଁ, ଧାନ ବିକ୍ରି ନହୋଇ ମାର୍କେଟ ୟାର୍ଡ଼ ପଡିରହିଛି। ଘରେ ବୃଦ୍ଧ ବାପା ମାଆ କଂ ଚିକିତ୍ସା ଓ ପିଲା ପାଠପଢା ବ୍ୟାହତ, ନାନାପ୍ରକାର ଆର୍ଥିକ ଅବସ୍ଥା ସମସ୍ୟା ଗତି କରୁଥିବାରୁ ଶେଷରେ ହତାସ ହୋଇ, ଇଚ୍ଛା ମୃତ୍ୟୁ ପାଇଁ ବରଗଡ ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ। ଆଜି ରାଜ୍ୟ କିଶାନ କଂଗ୍ରେସ ସଭାପତି ଅଭୟ ସାହୁ, ଇଚ୍ଛା ମୃତ୍ୟୁ ଭୁଲି ସଂଘର୍ଷ କରିବା ପାଇଁ ଅନୁରୋଧ କରିଥିଲେ। ଜୀବନ ଏକ ସଂଘର୍ଷମୟ ସଂଘର୍ଷ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ଆଶ୍ବାସନା ଦେଇଥିଲେ। ଆମେ ରାଜ୍ୟସ୍ତରୀୟ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ କହିଥିଲେ, ନ ହେଲେ ରାଜ୍ୟସ୍ତରରେ କିଶାନ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ। ଏହାପରେ ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ ଙ୍କ ସହିତ ଆଲୋଚନା କରିଥିଲେ, ରୋହିତ ଭୋଇ କଂ ସମସ୍ତ ଖରିଫ ଋତୁର ବିକ୍ରି ପାଇଁ ଅନୁରୋଧ କରିଥିଲେ। ତହସିଲଦାର ସ୍ୱାଇଁ ମାଡାମ କହିଲେ, ମୋର ଦ୍ଵାରା ଯାହା ହେବ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ସମୟରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହରଦୀପ୍ ସିଂ, ବରଗଡ ଜିଲ୍ଲା କିଶାନ କଂଗ୍ରେସ ସଭାପତି ଗୁଣମଣି ସାହୁ, ଭେଡେନ ବ୍ଲକ କିଶାନ କଂଗ୍ରେସ ସଭାପତି ଦୋଳଗୋବିନ୍ଦ ବେହେରା, ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା କଂଗ୍ରେସ ସଂପାଦକ ଭବାନୀ ପାଢୀ,ରାଜ୍ୟ ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ସଭାପତି ପାଣ୍ଡବ କର୍ଣ୍ଣ, ଜିଲ୍ଲା ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ସଭାପତି ଦିଲିପ ଦାସ,ଭେଡେନ ୩ ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀ ଗୋପାଳ ବାଗ, ମାଧବ ସାହୁ, ରସିକ ସାହୁ, , ରେମଣ୍ଡା ପଂଚାୟତ ର କଂଗ୍ରେସ ସଭାପତି ଜାପାନୀ ସାହୁ, ସଞ୍ଜୟ ନନ୍ଦ, ଚିନ୍ତାମଣି ମେହେର, ଏକାଦଶିଆ ହଟେଇ, ବୀରସେନ ଖମାରୀ, ଲକ୍ଷ୍ମୀନାରାୟଣ ପାଢୀ, ଗୋପାଳ ଭେସରା, ଅନନ୍ତ ତାଣ୍ଡି, କ୍ଷୀରସିନ୍ଧୁ ଡାଙ୍ଗ ବଲରାମ ଭୂଏ ଓ ଅନ୍ୟାନ୍ୟ ବହୁ କଂଗ୍ରେସ କର୍ମି ମାନେ ଉପସ୍ଥିତ ଥିଲେ।