ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା:ପଶ୍ଚିମବଙ୍ଗର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଦେଖାଦେଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି।ଏହି ଶପଥ ସମାରୋହରେ ଦେଶର ବରିଷ୍ଠ ବିଜେପି ନେତାମାନେ, କେନ୍ଦ୍ରମନ୍ତ୍ରୀମାନେ ଏବଂ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ। ଶପଥ ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ବିକାଶ, ଶିଳ୍ପ, ଚାକିରି ଏବଂ ଆଇନ-ଶୃଙ୍ଖଳାକୁ ସରକାର ପ୍ରାଥମିକତା ଦେବ।ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହି ବିଜୟ ପଶ୍ଚିମବଙ୍ଗର ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି। ଦୀର୍ଘଦିନ ଧରି ରାଜ୍ୟରେ ଶାସନ କରୁଥିବା ଦଳମାନଙ୍କୁ ପଛକୁ ଛାଡ଼ି ବିଜେପି ଏଥର ଜନମଣସର ଭରସା ଜିତିବାରେ ସଫଳ ହୋଇଛି।