ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରସପ୍ତମ ଦିନରେ ୫୧ୟୁନିଟ ରକ୍ତ ସଂଗୃହୀତ…
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୭-୦୫-୨୦୨୬ରିଖ (ଗୁରୂ ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର,ଇଭିନିଙ୍ଗ ଗ୍ରୁପ ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ସପ୍ତମ ଦିନରେ ବରଗଡ଼ ଠାରେ ୱାର୍ଡ ନମ୍ବର ୦୧ ପ୍ରଗତୀ କ୍ଲବ ପାଖରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ଇଭିନିଙ୍ଗ ଗ୍ରୁପ ର ସଭାପତି ବିକି ପଧାନ, ବ୍ରହ୍ମା ମହାକୁଡ଼, ଠିକାଦାର ସଂଘ ର ସଭାପତି ସୁଧାଂଶୁ ଗଡତିଆ ଓ ଉତ୍ତମ ଜେନା ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ଇଭିନିଙ୍ଗ ଗ୍ରୁପ ର ଚିନ୍ମୟ ଦାଶ, ଦିବାକର ସାହୁ, ସୁମିତ ରଥ, କ୍ରୀଷ୍ଣା କୈବର୍ତ୍ତ, ହେପି ପାଣି, ସିବୁ ମିଶ୍ର, ବଣ୍ଟି ପାଣି, ଚନ୍ଦନ ମେହେର, ଅଭିଷେକ ଗଡତିଆ, ସିକନ ଗଡନାୟକ ଙ୍କ ସହ ଅନ୍ୟ ସଦସ୍ୟ ତଥା ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ଙ୍କ ସହ ୱାର୍ଡ ନମ୍ବର ୦୧ ପଡ଼ା ବାସୀ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
