ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ…

ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ...

ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ ପାଦେରୀପଡ଼ା ସାହି ରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏହି ସାହିରେ ୧୮ ପରିବାର ବସବାସ କରନ୍ତି। ହେଲେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ଠାରୁ ହିଁ ପିଇବା ପାଣି ପାଇଁ ଛଟପଟ ହେଉଛନ୍ତି। ଏହି ସାହିରେ ଲୋକ ମାନେ ଏହି ନଳକୂପ ଉପରେ ନିର୍ଭର କରୁଥିଲେ ହେଲେ ଏବେ କିଛି ଦିନ ହେବ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି।ଯାହା ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ସରକାର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ନଳକୂପ ଟିର ମରାମତି ହୋଇ ପାରୁନାହିଁ । ଯାହା ଫଳରେ ଆଜି ପାଣି ପାଇଁ ବହୁତ ଅସୁବିଧା ହେଉଛନ୍ତି ଜନସାଧାରଣ।ଏନେଇ ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅମର ବେହେରା ଙ୍କୁ ପଚାରିବାରୁ ତଦନ୍ତ କରାଯିବ ଓ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।ଅନ୍ୟ ପଟେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଅପେକ୍ଷା ରେ ଗ୍ରାମବାସୀ।