ରାମନାଗୁଡ଼ାରେ ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଭୂମି ପୂଜନ ଓ ଧ୍ବଜା ପୂଜନ କାର୍ଯ୍ୟକ୍ରମ ରେ କୋଣ୍ଡା ବାବୁ ଙ୍କ ଯୋଗଦାନ

ରାମନାଗୁଡ଼ାରେ ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଭୂମି ପୂଜନ ଓ ଧ୍ବଜା ପୂଜନ କାର୍ଯ୍ୟକ୍ରମ ରେ କୋଣ୍ଡା ବାବୁ ଙ୍କ ଯୋଗଦାନ

ରାମନାଗୁଡ଼ାରେ ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଭୂମି ପୂଜନ ଓ ଧ୍ବଜା ପୂଜନ କାର୍ଯ୍ୟକ୍ରମ ରେ କୋଣ୍ଡା ବାବୁ ଙ୍କ ଯୋଗଦାନ

ରାୟଗଡ ( info media)ରାୟଗଡ ଜିଲ୍ଲା ରାମନାଗୁଡାଠାରେ ରେ ୧୦୮ ଗାୟତ୍ରୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଭୂମି ପୂଜନ ଓ ଧ୍ବଜା ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୟାଲା କୋଣ୍ଡା ବାବୁ ଯୋଗ ଦେଇ କାର୍ଯ୍ୟକ୍ରମ ର ଆରମ୍ଭ କରୁଥିଲେ lଏହି ପବିତ୍ର ଅବସରରେ ରାଜ୍ୟର, ଜିଲ୍ଲା ର ଓ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ, ଭକ୍ତମାନେ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ବେଦମନ୍ତ୍ର ଉଚ୍ଚାରଣ ସହ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।ଏହି ମହାଯଜ୍ଞ ଆଗାମୀ ଦିନରେଜିଲ୍ଲା ରେ ଓ ଅଞ୍ଚଳରେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ସମାଜର ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ଉପଯୋଗୀ ହୋଇ ପାରିବ ବୋଲି ଆଶା ଆୟୋଜକ ଆଶା ବ୍ୟକ୍ତି କରିଛନ୍ତି ।ରାମନାଗୁଡ଼ା ବ୍ଲକର ପ୍ରତ୍ୟେକ ଗ୍ରାମରୁ କଳଶରେ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇ ଯଜ୍ଞ ମଣ୍ଡପ ରେ ସ୍ଥାପନା କରାଯିବ। ଯଂଜ୍ଞ ପରେ ପବିତ୍ର କଳଶକୁ ଗାଁକୁ ନେଇ ପ୍ରତ୍ୟେକ ଘରେ ଘରେ ପହଞ୍ଚାଯିବ.ଏହାର ମୁଖ୍ୟ ଉଦେଶ୍ୟ ହେଉଛି lବ୍ୟକ୍ତିଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗୃତ କରିବା ସହ ଗାଁ ଗାଁ ରେ ଆଧ୍ୟାତ୍ମିକ ବାତା ବରଣ ସୃଷ୍ଟି କରି ସୁସ୍ଥ ସମାଜ ଗଠନ ଲକ୍ଷରେ ରାମନାଗୁଡ଼ା ଠାରେ ଗାୟତ୍ରୀ ମହାଯଂଜ୍ଞ ଆୟୋଜନ କରାଯିବ। ଏଥିପାଇଁ ମହା ଆଡମ୍ବରରେ ଜିଲ୍ଲା ର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତି ରେ ଭୂମି ପୂଜନ ଜର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଚଳିତ ଜୁନ ମାସ ଏକ, ଦୁଇ, ତିନି ତାରିଖରେ ମୁଖ୍ୟ ଯଂଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ରାଜ୍ୟର ବରିଷ୍ଠ ପ୍ରଚାରକ ଛୋଟେଲାଲ ମହାନ୍ତ,ଯୋଗୀଶ୍ରୀ ଚୈତନ୍ୟ ମହାରାଜା,ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ରାମନାଗୁଡ଼ା ବ୍ଳକ ଅଧ୍ୟକ୍ଷ ରବି ଗମାଙ୍ଗ ପ୍ରମୁଖ କର୍ତା ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଗାୟତ୍ରୀ ପ୍ରଚାରକ ପ୍ରଦୀପ ମହାରଣା ଭୂମି ପୂଜନ ପାଇଁ ସହଯୋଗ କରିଥିଲେ l ଯଂଜ୍ଞ ମାଧ୍ୟମରେ ବ୍ୟକ୍ତି ଚରିତ୍ର ଗଠନ କରି ସୁସ୍ଥ ପରିବାର, ସୁଖୀ ପରିବାର ନିର୍ମାଣ କରି ସଶକ୍ତ ରାଷ୍ଟ୍ର ଗଠନ କରିବାକୁ ଲକ୍ଷ ରଖାଯାଇଛି। ଅଞ୍ଚ ଳରେ ଭଗବତ ଜ୍ଞାନ ଓ ଦର୍ଶନ ର ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବ. ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇପାରିଲେ ଭଲ ମଣିଷ ଓ ଭଲ ସମାଜ ଗଠନ ସମ୍ଭବ ପର ହୋଇପାରିବ ବୋଲି ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତା ୟାଲା ଭେଙ୍କେଟେଶ୍ୱର ରାଓ( କୋଣ୍ଡା ବାବୁ ) ନଜ ବକ୍ତବ୍ୟ ରେ କହିଥିଲେ l ରାମନାଗୁଡ଼ା ବିଜେପି ର ବରିଷ୍ଠ ନେତା ଚିନା କଣ୍ଡା ଗରୀ,ଜି ପି ପଦ୍ମନାଭ ଦାସ, ପ୍ରଭାକର ଦୋରା, ବସନ୍ତ ଦଣ୍ଡସେନା, ପଙ୍କଜ ପଣ୍ଡା, ରଘୁନାଥ ପାଢ଼ୀ, ରାୟଗଡା ନଗର ବିଜେପି ନେତା ରାଜେଶ ନାଇଡ଼ୁ, ଏନ ଆଦିନାରାୟଣା,ସୁରି ନାରାୟଣ, କେ ଶ୍ରୀନିବାସ, ଗୁଣୁପୁର ନଗର ର ଶ୍ରୀନିବାସ ମୂର୍ତ୍ତି, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ