ରେମଣ୍ଡା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଅବସର କାଳିନ ବିଦାୟ ସମ୍ୱର୍ଦ୍ଧନା।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ରାଜଲଷ୍ମୀ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅବସର କାଳିନ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା କୁ ଇତିହାସ ଶିକ୍ଷକ ରମେଶ ବାରିକ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଲାବୋରଟାରୀ ରେ ବିରଞ୍ଚି ମାହାନା ଙ୍କୁ ତାଙ୍କ ଦୀର୍ଘ ୪୦ ବର୍ଷ ର ଚାକିରୀ ଜୀବନ ନିଷ୍ଠା ସହ ପାଳନ କରି ଅବସର ନେଇଛନ୍ତି। ତାଙ୍କୁ ପୁଷ୍ପମାଲ୍ୟ, ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ର ପ୍ରେରଣା ଭୋଇ, ଦିଶା ଗୋୟଲ, ଜୋସନା ଧାରୁଆ, ମୁନିରାମ କୁମ୍ଭାର, ଅମରେଶ ଗୁରୁ, କଳ୍ପନା ଚାନ୍ଦ, ଅର୍ଜୁନ ଦୋରା, ଅନୁପ ଭୋଇ, ଫନୀନ୍ଦ୍ରମିରିଗ, ଅର୍ଜୁନ ପ୍ରଧାନ, ଶିଶିର ସାହୁ, ଅଶୋକ ଖମାରି, ଶିବନାରାୟଣ ସାହୁ, ଉମେଶ ରାଉତିଆ ଉପସ୍ଥିତ ଥିଲେ। ଶେଷରେ କଳ୍ପନା ଚାନ୍ଦ ଧନ୍ୟବାଦ ଦେଇଥିଲେ।
