ଲିଲି ସହାୟତାରେ ହରିୟାଣା ରାଜ୍ୟ ଏଫଡିଏ ପକ୍ଷରୁ ନକଲି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲିଲି ସହାୟତାରେ ହରିୟାଣା ରାଜ୍ୟ ଏଫଡିଏ ପକ୍ଷରୁ ନକଲି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ

*ଲିଲି ସହାୟତାରେ ହରିୟାଣା ରାଜ୍ୟ ଏଫଡିଏ ପକ୍ଷରୁ ନକଲି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ*।

ଭୁବନେଶ୍ବର/ ବ୍ରହ୍ମପୁର : ମଞ୍ଜାରୋ ନାମରେ ବିକ୍ରି ହେଉଥିବା ନକଲି ଔଷଧ ବିରୋଧରେ ହରିୟାଣା ଔଷଧ ନିୟନ୍ତ୍ରଣ କର୍ତୃପକ୍ଷ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ଏଲି ଲିଲି ଆଣ୍ଡ କମ୍ପାନି (ଇଣ୍ଡିଆ) ପ୍ରଶଂସା କରିଛି। ନିକଟରେ ଗୁରୁଗ୍ରାମରୁ ସେଭଳି ନକଲି ଔଷଧ ଜବତ କରାଯାଇଛି। ଏହି ନକଲି ଔଷଧଗୁଡ଼ିକୁ ଲିଲି ଉତ୍ପାଦନ କରିନାହାନ୍ତି ଏବଂ ଲିଲିର ସ୍ବୀକୃତିପ୍ରାପ୍ତ ଓ ମାନ୍ୟତାପ୍ରାପ୍ତ ଯୋଗାଣ ଶୃଙ୍ଖଳରୁ ତାହା ଆସିନାହିଁ। କର୍ତୃପକ୍ଷ ଯଥାର୍ଥ ଯାଂଚ କରିବା ପରେ ଏହି ଉତ୍ପାଦଗୁଡ଼ିକୁ ଜବତ କରିଛନ୍ତି। କର୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ଅସଲି ଲିଲି ଉତ୍ପାଦଗୁଡ଼ିକ ସ୍ବୀକୃତିପ୍ରାପ୍ତ ବିତରକ ଓ ଲାଇସେନ୍ସପ୍ରାପ୍ତ ଫାର୍ମାସିରେ ବିକ୍ରି ଅବ୍ୟାହତ ରହିଛି।ଏଲି ଲିଲି ଆଣ୍ଡ କମ୍ପାନି (ଇଣ୍ଡିଆ)ର ସଭାପତି ଓ ମହାପ୍ରବନ୍ଧକ ୱିନସେନଲୋ ଟକର କହିଛନ୍ତି ଯେ, “ନକଲି ଔଷଧ ସମସ୍ୟାର ମୁକାବିଲା କରିବା ଓ ରୋଗୀ ସୁରକ୍ଷାକୁ ଲକ୍ଷ୍ୟରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ। ଯେକୌଣସି ପ୍ରକାର ନକଲି କାରବାରକୁ ଲିଲି ଗମ୍ଭୀରତାର ସହ ଗ୍ରହଣ କରିଥାଏ। ନକଲି ଔଷଧଗୁଡ଼ିକୁ ଅନୁମୋଦିତ ମାନ ନିୟନ୍ତ୍ରଣ ଅନୁସାରେ ଉତ୍ପାଦନ କରାଯାଇନଥାଏ ଏବଂ ତାହା ରୋଗୀଙ୍କ ସୁରକ୍ଷା ଓ ଜନ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ବିଶ୍ବାସବ୍ୟାପୀ ନକଲି ଓ ସେହି ଧରଣର ଉତ୍ପାଦ ବିପଦଠାରୁ ରୋଗୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ନିୟାମକ ଓ ଆଇନ ପ୍ରଣୟନକାରୀ ସଂସ୍ଥା ସହ କାମ କରିବାକୁ ଆମେ ପଦକ୍ଷେପ ନେବା ଜାରି ରଖିବୁ। କେବଳ ସ୍ବୀକୃତିପ୍ରାପ୍ତ ବିତରକ କିମ୍ବା ଲାଇସେନ୍ସପ୍ରାପ୍ତ ଫାର୍ମାସିଠାରୁ ଓ ଏକ ବୈଧ ପ୍ରେସକ୍ରିପସନ ଜରିଆରେ ଲିଲି ଉତ୍ପାଦ ସଂଗ୍ରହ କରିବା ପାଇଁ ଆମେ ରୋଗୀମାନଙ୍କୁ ଆହ୍ବାନ ଦେଉଛୁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଲିଲିର ପେଟେଂଟ ହୋଇଥିବା ଟିର୍ଜେପାଟାଇଡ ମୋଲେକ୍ୟୁଲକୁ ଭାରତରେ ଦୁଇଟି ବ୍ରାଣ୍ଡ ମୋଞ୍ଜାରୋ ଓ ୟୁରପିକ ନାମରେ ବିକ୍ରି କରାଯାଉଛି।“ନକଲି ଔଷଧ ଅସଲି ଲିଲି ଉତ୍ପାଦ ଭଳି ଅବିକଳ ଦେଖାଯାଉଥିଲେ ମଧ୍ୟ ରୋଗୀ, ଯତ୍ନ ନେଉଥିବା ବ୍ୟକ୍ତି ଓ ସ୍ବାସ୍ଥ୍ୟ ପେସାଦାରମାନଙ୍କୁ ସତର୍କ ରହିବାକୁ ଆହ୍ବାନ ଦିଆଯାଉଛି। ସନ୍ଦେହଜନକ ଔଷଧକୁ ଅଣସ୍ବୀକୃତ ଓ ଲାଇସେନ୍ସ ଉତ୍ସରୁ ସଂଗ୍ରହ କରାଯାଇଥିବ। ପ୍ୟାକେଜିଂ ଖରାପ ହୋଇଥିବ। ବ୍ୟାଚ ନମ୍ବର, ଏକ୍ସପାୟରି ତାରିଖ କିମ୍ବା ଉତ୍ପାଦନ ବିବରଣୀ ନଥିବ। ଅନୁମୋଦିତ ପ୍ୟାକେଜିଂ ତୁଳନାରେ ତାହୋର ପ୍ୟାକେଜ ଅଲଗା ଦେଖାଯାଉଥିବ।