ବଜ୍ରପାତରେ ୩ ଗୋରୁ ମୃତ ।
(ମନୋଜ ପାଢ଼ୀ)୨୯/୦୪/୨୬ ଗତକାଲି ରାତି ୮ଟାରେ ବଜ୍ରପାତରେ ୩ ଗୋରୁ ମୃତ ଗୋଟିଏ ଆହତ। ସୂଚନା ପ୍ରକାରେ ପାର୍ତ୍ତଡା ଗ୍ରାମର ତିମୟ ଭୂୟାଁଙ୍କ ୩ ଗୋଟି ବଳଦ ବଜ୍ରପାତରେ ଗୁହାଳରେ ମୃତ୍ୟୁବରଣ କରିଛନ୍ତି ଓ ଗୋଟିଏ ବଳଦ ଗୁରୁତର ଆହତ ହୋଇଛି। ମାରିଥିବା ବଳଦର ଆନୁମାନିକ ଦର ପ୍ରାୟ ୮୦ ହଜାର ହେବବୋଲି ଆକଳନ କରିଛନ୍ତି। ଖବର ପାଇ କାଶୀନଗର ବି. ଭି. ଓ ଡ଼ଃକାଁହୁ ଚରଣ ସାହୁ,ବି ଏ. ଏସ ଆକାଶ କୁମାର ପଣ୍ଡା ଓ ଏଲ. ଆଇ ଗୋବିନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ତିନିଗୋଟି ଗୋରୁକୁ ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ତିମୟ ଭୂୟାଁ ନିତାନ୍ତ ଗରିବ ହୋଇଥିବା ହେତୁ କ୍ଷତିପୂରଣ ଦେବା ନିମନ୍ତେ ସରକାରଙ୍କୁ ଗୁହାରି କରିଛନ୍ତି ।
