ଗଞ୍ଜାମ ଜିଲ୍ଲା ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ l

ଗଞ୍ଜାମ ଜିଲ୍ଲା ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ l

ଗଞ୍ଜାମ ଜିଲ୍ଲା ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ l

ଆସିକା:( ୩0/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଦେବା ଦେବୀ ମନ୍ଦିର ନିର୍ମାଣ ହେଉ କିମ୍ବା ଏହାର ସୁପରିଚାଳନା ରେ ସ୍ୱଚ୍ଛତା ଆଣିବା ପାଇଁ ଇଣ୍ଡିଆନ ଓଭରସିଯ ବ୍ୟାଙ୍କ ଜାହାଡା ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ସଂପ୍ରତି ଧରାକୋଟ ବ୍ଲକର ଜାହାଡା ଗ୍ରାମରେ ମା କାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେଶ ଉତ୍ସାହର ସହ ଚାଲିଛି । ଏହି ମନ୍ଦିର ନିର୍ମାଣ ଓ ଏହାର ସୁପରିଚାଳନା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଆର୍ଥିକ ଦାନ କରୁଛନ୍ତି । ଏଥିରେ ସ୍ୱଚ୍ଛତା ରଖିବା ଏବଂ ଉପଯୁକ୍ତ ଭାବରେ ଦାନ ଅର୍ଥ ଯେପରି ସଂଗ୍ରହ ହେବ ଏହାକୁ ଦୃଷ୍ଟିରେ ଆଜି ସ୍ଥାନୀୟ ଜାହାଡା ଆଇ ଓ ବି ଶାଖା ତରଫରୁ ବ୍ରହ୍ମପୁର ଆଞ୍ଚଳିକ ପରିଚାଳକ ଖୁର୍ଶିଦ ରୱାନି ,ଶାଖା ପରିଚାଳକ ରାଜ ପ୍ରତୀକ ଦାସ ଙ୍କ କର କମଳରେ ଏକ ଇ ହୁଣ୍ଡି ମା କାଳୀ ଙ୍କ ମନ୍ଦିରକୁ ପ୍ରଦାନ କରାଯାଇଛି । ଜାହାଡା ଗ୍ରାମର ସ୍ୱପ୍ନେଶ୍ୱର ପରିଚାଳନା କମିଟି ଏହି ହୁଣ୍ଡିକୁ ଆଞ୍ଚଳିକ ପରିଚାଳକ ଙ୍କ ଠାରୁ ଗ୍ରହଣ କରିଥିଲେ। ଏହା ଫଳରେ ଅନ ଲାଇନ ରେ ମା ଙ୍କ ମନ୍ଦିର ପାଇଁ ଦାନ ରାଶି ସହଜରେ ଗ୍ରହଣ କରିହେବ । ସଠିକ ତଥ୍ୟ ସହ ଚୋରିର ଭୟ ଦୂର ହେବ। ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଇ ଓ ବି ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଆଲୋଚନା ବେଳେ ଆଞ୍ଚଳିକ ପରିଚାଳକ କହିଛନ୍ତିଯେ ଦାନ ରାଶିରେ ସ୍ୱଚ୍ଛତା, ସଠିକ ତଥ୍ୟ,ଚୋରି ରୋକିବା ସହ ସୁବିଧାରେ ଦାନ ଅର୍ଥ ଦେଣ ନେଣ ପାଇଁ ଏହି ଇ ହୁଣ୍ଡି ବିଶେଷ ସହାୟକ ହେବ,ଆଗାମୀ ଦିନରେ ଅନ୍ୟାନ୍ୟ ମନ୍ଦିର ପାଇଁ ମଧ୍ୟ ଏହି ପଦକ୍ଷେପ ନିଆଯିବ । ଆଇ ଓ ବି ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ ତରଫରୁ ଗୋପାଳ କୃଷ୍ଣ ବ୍ରହ୍ମା,ଓଜାସ କୌଶିକ,ନିଖିଲ ସେଠୀ,ବିଶ୍ୱନାଥ ଆଚାରୀ, କାହ୍ନୁ ଚରଣ ଭୂୟାଁ,ସନାତନ ପଣ୍ଡା,ଜଗନ୍ନାଥ ଆଚାରୀ, ମଙ୍ଗୁଳୁ ରାଉତ,ବୁଲୁ ଦାସ, ବାବୁ ଭୂୟାଁ, ନିଶାମଣି ପଟନାୟକ ଓ ବିଷ୍ଣୁପ୍ରିୟା ଦଳାଇ ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ