ସିୟୁଟିଏମ୍ ରେ ପ୍ରଥମ ଭେଟେରିନାରୀ ଫାର୍ମାସ୍ୟୁଟିକାଲ୍ ମିଟ୍ ୨୦୨୬ ଅନୁଷ୍ଠିତ ।
ଗଜପତି,୨୮.୪(ମନୋଜ ପାଢ଼ୀ)–: ସେଞ୍ଚୁରିୟନ ୟୁନିଭେର୍ସିଟି ଅଫ ଟେକ୍ନୋଲଜି ଆଣ୍ଡ ମ୍ୟାନେଜମେଣ୍ଟର ପାରଳାଖେମୁଣ୍ଡି କ୍ୟାମ୍ପସ ଠାରେ ପ୍ରଥି ଭେଟେରିନାରୀ ଫାର୍ମାସ୍ୟୁଟିକାଲ ମିଟ୍ 2026 ଅନୁଷ୍ଠିତ ହୋଇଯାଇଛି । ଏହି ମିଟ୍ଟି ତୃତୀୟ ବର୍ଷର ଭେଟେରିନାରୀ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଥିଲା । ଯେଉଁମାନେ ତାଙ୍କର ଫାର୍ମାକୋଲର୍ଜି ବିଷୟ ସମାପ୍ତ କରୁଛନ୍ତି । ବିଭିନ୍ନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ବାରା ବଜାରରେ ଆଣାଯାଇଥିବା ଔଷଧମାନଙ୍କର ଟ୍ରେଡ୍ ନାମ ସମ୍ପର୍କରେ ପରିଚିତ କରାଇବା ଏବଂ ଫାର୍ମା ଶିଳ୍ପରେ ଚାକିରି ସୁଯୋଗ ସମ୍ପର୍କରେ ଜଣାଇବା ଏହାର ଉଦ୍ଦେଶ୍ୟ ଥିଲା I ଉଦ୍ଘାଟନ ଅଧିବେଶନରେ ସିୟୁଟିଏମ୍ ର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର, ପ୍ରଫେସର ଏସ୍.ପି. ନନ୍ଦ, ପ୍ରଫେସର ଦୁର୍ଗା ପ୍ରସାଦ ପାଢ଼ି, ସ୍କୁଲ ଅଫ ଭେଟେରିନାରୀର ଡିନ୍ ପ୍ରଫେସର ସୁରେଶ ସୁବ୍ରମଣ୍ୟମ୍, ପ୍ରଫେସର ସର୍ଜନ ରାଓ, ବିଭାଗ ମୁଖ୍ୟ ପ୍ରଫେସର ତପନ କୁମାର ମଣ୍ଡଳ, ଏଲେମିକ୍ ର ପୂର୍ବତ ଜେନେରାଲ୍ ମାର୍କେଟିଙ୍ଗ ମ୍ୟାନେଜର ଆର୍.ଏନ୍. କର୍ମାକର, ଭିର୍ବାକ୍ ର ଭାଇସ୍ ପ୍ରେସିଡେଣ୍ଟ ଦେବାସିସ ବିଶ୍ଵାସ ଏବଂ ସହାୟକ ପ୍ରଫେସର ଡ଼ା. ଅର୍ଚ୍ଚନା ଉପସ୍ଥିତ ଥିଲେ I ଅତିଥିମାନେ ଔଷଧ ତିଆରିରେ ସଂଯୁକ୍ତ ଗବେଷଣାକୁ ପ୍ରୋସାହିତ କରିଥିଲେ । ଯାହା ପେଟେଣ୍ଟ ହୋଇପାରେ ବୋଲି କୁହାଯାଇଛି I ଡା. ଆର୍.ଏନ୍. କର୍ମାକର ଫାର୍ମା ଶିଳ୍ପରେ ଚାକିରି ସୁଯୋଗ ସମ୍ପର୍କରେ ଛାତ୍ରମାନଙ୍କୁ ଜଣାଇଥିଲେ । ଡି. ବିଶ୍ବାସ ଛାତ୍ରମାନଙ୍କୁ ସମାଜ ସେବାରେ ଯୋଗଦେବାକୁ ପ୍ରେରିତ କରିଥିଲେ । ଡା. ଟି.କେ. ମଣ୍ଡଳ ଏପରି ଫାର୍ମାସ୍ୟୁଟିକାଲ୍ ମିଟ୍ର ଆବଶ୍ୟକତା ବିଷୟରେ କହିଥିଲେ । ଭିର୍ବାକୁ, ଏଲେମିକ୍ ଏବଂ ଆର୍ ଆର୍ ଏଏଚସି ପରି କମ୍ପାନୀମାନେ ତାଙ୍କର ପ୍ରଦାନକୁ ପ୍ରଦର୍ଶନ କରିଥିଲେ । ୧୨୫ରୁ ଅଧିକ ଅଂଶଗ୍ରାହୀ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ, ପ୍ରଶାସକ, ଛାତ୍ରଛାତ୍ରୀ ଏବଂ ଅନ୍ୟ କଲେଜର ଶିକ୍ଷକମାନେ ଉପସ୍ଥିତ ଥିଲେ ।
