ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ।
ଗଜପତି,୨୮.୪(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆକାଂକ୍ଷା ମହିଳା ସଙ୍ଗଠନ ଓ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ମିଳିତ ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ଡ. ମୀନା କୁମାରୀ ଟହଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ତଥା ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସମ୍ପାଦକ ସରୋଜ କୁମାର ପଣ୍ଡା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ଭୁକ୍ତା ପ୍ରମୁଖ ଭାରତମାତାଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଅତିଥିମାନେ ମଧୁବାବୁଙ୍କର ସ୍ମୃତି ଚାରଣ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ, ମହିଳା ସଶକ୍ତିକରଣ, ଆଇନରେ ପାରଦର୍ଶିତା ଏବଂ ଅନେକ ଉଲ୍ଲେଖନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅତିଥି ମାନେ ପାରଳା ସହରର ବିଭିନ୍ନ ସ୍ଥାନରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ବିଦ୍ୟାମନ୍ଦିରର ଗୁରୁମା ପ୍ରେମାଞ୍ଜଳୀ ପଣ୍ଡା, ଡ. ସ୍ବର୍ଣ୍ଣପ୍ରଭା ପାଠୀ, ସ୍ନିଗ୍ଧା ମିଶ୍ର, ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ, ସ୍ନେହା ବେହେରା, ମନୋଜ କୁମାର ପଟ୍ଟନାୟକ, ଗୌରହରି କରସୁଧା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିଶୁମନ୍ଦିର ଗୁରୁଜୀ ଦୁର୍ଗାପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।
