ଗୋ-ସୁରକ୍ଷା ଆଇନ ପ୍ରଣୟନ ଦାବିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ।
ଗଜପତି 27/4(ମନୋଜ ପାଢ଼ୀ):ଗୋ -ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଆଜି ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ପାରଳା ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଗୋ -ସୁରକ୍ଷା ସମିତି ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ଗୋହତ୍ୟାକୁ ସମ୍ପୂର୍ଣ ବନ୍ଦ ଏବଂ ଗୋମାତାର ସୁରକ୍ଷା ପାଇଁ ଆଇନ ପ୍ରଣୟନ ଆଦି ଦାବିରେ ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ.ଗଜପତି : ସରକାରୀ ଡାକ୍ତରଖାନାରେ ତାଲା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜରୁରୀ ଚିକିତ୍ସା ନ ପାଇ ମୃତ…… ଅଞ୍ଚଳବାସୀଙ୍କ ଆନ୍ଦୋଳନ
