ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ଜିଲ୍ଲା ସ୍ତରୀୟ ହାକାଥାନ ପ୍ରକଳ୍ପ ପ୍ରତିଯୋଗିତା.
କନ୍ଧମାଳ :- ତା – ୨୨-୦୪-୨୦୨୬, (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ହାକାଥାନ ୩.O ପ୍ରକଳ୍ପ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ପୌରହିତ୍ୟତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରି ଶ୍ରୀ ମାନସ ରଞ୍ଜନ ଦାସ ଓ ସୁବ୍ରତ ରତନ ବେହେରା ଅଧକ୍ଷ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ ଅଭିଭାଷଣ ଦେଇଥିଲେ, ପ୍ରାରମ୍ଭିକ ସୂଚନା ଓ ପୃଷ୍ଟ ଭୂମି ଉପରେ ଅଲୋକପାତ କରିଥିଲେ AMCS କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଛାତ୍ରଛାତ୍ରୀ ମାନେ ପାରଙ୍ଗମ ହେବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୨ଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଆଇଆଇଟି ସିଇଓ ଶ୍ରୀ ଶୁଭଂକର ପତି ଏବଂ AMCS କଲେଜର ଅଧ୍ୟାପକ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ପ୍ରକଳ୍ପ ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ଏଥିରେ ପ୍ରଥମ ସ୍ଥାନ ବିପ୍ଲବ ରତ୍ନମଣି ଦିଗଳ, OAV ରାଇକିଆ , ଦ୍ଵିତୀୟ ସ୍ଥାନ ଲକ୍ଷ୍ମୀକାନ୍ତ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ ଓ ତୃତୀୟ ସ୍ଥାନ ସିମାଞ୍ଚଳ ପଟ୍ଟନାୟକ ଗ୍ରୁପ ଅଧିକାର କରିଥିଲେ । ପରିଶେଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀ ସିମାଞ୍ଚଳ ସ୍ଵାଇଁ , ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀ ରାଜୁ କୁମାର ସାହୁ ,ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଏହି ଉଦ୍ଘାଟନ ଉତ୍ସବରେ ଶ୍ରୀ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଡଃ ବାବୁଲା ପାଟଜୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
