ଅନ୍ତର୍ଜାତୀୟ ପ୍ରତିଯୋଗିତା ରେ ମାତ୍ର ୬ ମିନିଟ୍ରେ ୧୮୦ଟି ଗଣିତ ହିସାବ ସମାଧାନ କରି ଜୁନିୟର ବର୍ଗରେ ବିଶ୍ୱ ଚାମ୍ପିୟନ୍ ହୋଇଛନ୍ତି କଟକର କୁନି ଝିଅ ସାୟଂଶ୍ରୀ ଦାସ ।
କଟକ: ମଙ୍ଗଳାବାଗ ଅଞ୍ଚଳର ସିଦ୍ଧାର୍ଥ ଦାସ୍ ଓ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଙ୍କ ୬ ବର୍ଷ ର କନ୍ୟା ସାୟଂଶ୍ରୀ ଦାସ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏକ ବିରଳ ସଫଳତା ହାସଲ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଶ୍ରୀଲଙ୍କା ରେ ଆୟୋଜିତ ଅନ୍ତର୍ଜାତୀୟ ଆବାକସ ଚମ୍ପିୟନସିପ ରେ ସେ ଜୁନିୟର ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ଚାମ୍ପିୟନ୍ ହୋଇଛନ୍ତି ସାୟଂଶ୍ରୀ।ଶ୍ରୀଲଙ୍କା ରାଜଧାନୀ କଲେମ୍ବରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆବାକସ୍ ଚାମ୍ପିଅନଶିପ୍ରେ ସେ ଓଡ଼ିଶାରୁ ପ୍ରତିନିଧିତ୍ଵ କରି ଜୁନିୟର ବର୍ଗରେ ଚାମ୍ପିଅନ ହୋଇଛନ୍ତି। ସାୟଂଶ୍ରୀ ମାତ୍ର ୬ ମିନିଟ୍ରେ ୧୮୦ଟି ଗଣିତ ହିସାବ ସମାଧାନ କରି ଅଦ୍ଭୁତ ଗତି ଓ ନିଖୁଣତାର ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଚୀନ, ଜାପାନ, ଭାରତ ଓ ଶ୍ରୀଲଙ୍କା ସହିତ ୮୦ ଟି ଦେଶରୁ ମୋଟ ୨୮୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତରୁ ସାୟଂଶ୍ରୀଙ୍କ ସହ ୮ ଜଣ ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । କମ୍ ବୟସରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସାୟଂଶ୍ରୀ ବାଲ୍ୟ କାଳରୁ ବିଭିନ୍ନ ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରିଆସିଛନ୍ତି । ସେ ଆରିଷ୍ଟା କିଡ୍ସ ଇଣ୍ଡିଆ ଦ୍ୱାରା ଚୟନ ହୋଇ ଏହି ଅନ୍ତର୍ଜାତୀୟ ଚାମ୍ପିଅନଶିପ୍ରେ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ଦିନକୁ ଦୁଇ ଘଣ୍ଟା ପରିଶ୍ରମ କରିଥାନ୍ତି ବୋଲି କହିଛନ୍ତି ସାୟଂଶ୍ରୀ । ସେହିଭଳି ଝିଅର ସଫଳତା କୁ ଦେଖି ସବୁ କଷ୍ଟ ସହି ମଧ୍ୟ ଶ୍ରୀଲଙ୍କା ନେଇ ଯାଇଥିଲେ ଝିଅକୁ ଓ ସେଠାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚାମ୍ପିୟନ୍ ହେବା ପରେ ବେଶ୍ ଖୁସି ଅଛନ୍ତି ବାପା। ଗଣେଶ ପାଣିଗ୍ରାହୀ ରିପୋର୍ଟ.

