କଟକ ଜଗତପୁର ଥାନା ପୋଲିସ ୩ଜଣ ଡକାୟତକୁ ଗିରଫ

କଟକ ଜଗତପୁର ଥାନା ପୋଲିସ ୩ଜଣ ଡକାୟତକୁ ଗିରଫ

କଟକ ଜଗତପୁର ଥାନା ପୋଲିସ ୩ଜଣ ଡକାୟତକୁ ଗିରଫ କରିବା ସହ ନଗତ ୭୦ହଜାର ଟଙ୍କା ଓ ୬ଗ୍ରାମ ସୁନା ଅଳଙ୍କାର ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ । ସୂଚନା ମୁତାବକ ଜଗତପୁର ଥାନା ତ୍ରିନାଥ ସହିର ବିଜୟ ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ ଏକୁଟିଆ ଘରେ ଥିବା ବେଳେ ଡକାୟତମାନେ ଘରେ ଜବରଦସ୍ତ ପଶି ଭୟଭୀତ କରାଇ ୧ଲକ୍ଷଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ନେଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ପୋଲିସ ତଦନ୍ତକରି ୩ଜଣ ଡକାୟତକୁ ଗିରଫକରି କୋର୍ଟଚାଲାଣ କରିଛି ଜଗତପୁର ପୋଲିସ। ଗଣେଶ ପାଣିଗ୍ରାହୀ ରିପୋର୍ଟ